Only for Entertainment

ପୁଣିଥରେ ପରଦାରେ ନଜର ଆସିବ ଓଡିଆ ଫିଲ୍ମ ଚକଲେଟ’ର କାହାଣୀ !

114

ପୁଣିଥରେ ଦେଖିବାକୁ ମିଳିବ ଚକଲେଟ୍ ବାଲା ଲଭଷ୍ଟୋରୀ । କାରଣ କ୍ରିଏଟିଭ୍ ଡିରେକ୍ଟର୍ ସୁଶାନ୍ତ ମଣି ନିଜର ଲୋକପ୍ରିୟ ସିନେମା ଚକଲେଟର ସିକ୍ୱେଲ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ୨୦୧୧ ମସିହାରେ ଓଲିଉଡ୍ ପରଦାରେ ମୁକ୍ତିଲାଭ କରିଥିଲା ରୋମାଂଟିକ୍ ଚଳଚ୍ଚିତ୍ର ଚକଲେଟ୍ । ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବାବୁଶାନ୍ ମହାନ୍ତି ଓ ଅର୍ଚ୍ଚିତା ସାହୁ । ବଳିଷ୍ଠ କାହାଣୀ ସହ ଦମଦାର୍ ସଙ୍ଗୀତକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମା ଚକଲେଟ୍ ଓଡିଆ ଦର୍ଶକଙ୍କୁ ଆସିଥିଲା ବେଶ୍ ପସନ୍ଦ ।

କ୍ରିଏଟିଭ୍ ଡିରେକ୍ଟର୍ ସୁଶାନ୍ତ ମଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ଚକଲେଟ୍ ସିନେମାଟି ଓଡିଶାର ଘରେ ଘରେ ହୋଇଥିଲା ଲୋକପ୍ରିୟ । ଏବେ ବି ସିନେମାର ଗୀତ ଗୁଡିକ ଓଡିଆ ସ୍ରୋତାଙ୍କ ମନରେ ରହିଛି । ଚକଲେଟ୍ ସିନେମାର ସିକ୍ୱେଲ୍ ଆଣିବା ପାଇଁ ସିନେପ୍ରେମୀ ଅନେକ ଥର ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କୁ କହିଥିବାବେଳେ, ତାହା ଏବେ ସତ ହେବାକୁ ଯାଉଛି । କାରଣ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଚକଲେଟର ସିକ୍ୱେଲ୍ ଫିଲ୍ମ ଟୁ – ଚକଲେଟ୍ । ନିକଟରେ ସୁଶାନ୍ତ ମଣି ଏହି ଅପକମିଂ ସିନେମାର ପ୍ରଥମ ପୋଷ୍ଟର୍ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରି ଏହି ଫିଲ୍ମର ଘୋଷଣା କରିଛନ୍ତି । ଅକ୍ଷୟ ପରିଜା ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ସୁଟିଂ ନିକଟରେ ଆରମ୍ଭ ହୋଇଛି ।

ଚଳଚ୍ଚିତ୍ର ‘ଟୁ ଚକଲେଟ୍’ ଜରିଆରେ ଏକ ନୂଆ ଯୋଡିକୁ ଓଲିଉଡରେ ଲଂଚ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ଚକଲେଟର ସଙ୍ଗୀତ ଓଡିଆ ସ୍ରୋତାଙ୍କୁ ଆସିଥିଲା ଢେର୍ ପସନ୍ଦ । ଯାହା ପାଇଁ ଟୁ-ଚକଲେଟ୍ ରୁ ବି ସିନେପ୍ରେମୀ ସେହିପରି କିଛି ଆଶା ରଖିଛନ୍ତି । ତେବେ ଚକଲେଟରେ ସଙ୍ଗୀତର ଭାର ତୁଲାଇଥିବା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏହି ସିକ୍ୱେଲ୍ ସିନେମାରେ ବି ସଙ୍ଗୀତର ଭାର ତୁଲାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More