Only for Entertainment

ପୁରାତନ ସାଥୀଙ୍କ ସହ ସଂପର୍କ ଯୋଡିବାକୁ ଯାଉଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ ବିଶେଷ କିଛି

servingjoy.com
0 44

ଆଜିକାଲି ସମାଜରେ ପ୍ରେମିକ ଓ ପ୍ରେମିକା ମଧ୍ୟରେ ଝଗଡା କିଛି ନୂଆ କଥା ନୁହେଁ ।ଆପଣ ଯାହାକୁ ପ୍ରେମ କରୁଛନ୍ତି, ମାନେ ନାହିଁ ଯେ ସେ ଆପଣଙ୍କ ସହିତ ସାରା ଜୀବନ ରହିବେ । ବେଳେ ବେଳେ କୌଣସି କାରଣ ବସତଃ ସଂପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଥାଏ । ଯାହାଫଳରେ ଆପଣମାନଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ । ସେହି ସମୟରେ ଯଦି ଆପଣଙ୍କ ପୁରାତନ ପ୍ରେମିକ ବା ପ୍ରେମିକା ଫେରି ଆସିଥାନ୍ତି । ତେବେ ଆପଣ ବିନା କିଛି ଭାବି ଚିନ୍ତି ତାଙ୍କୁ ପୁନର୍ବାର ସ୍ୱୀକାର କରି ନେଇଥାନ୍ତି । କିନ୍ତୁ ବାସ୍ତବରେ ଏଭଳି କିଛି କରିବା ପୂର୍ବରୁ ଆପଣଙ୍କୁ ବିଶେଷ କିଛି ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କଣ କଣ ରହିଛି ସବୁ କାରଣ….

– ସେହି ସଂପର୍କ ସହିତ ଦ୍ୱିତୀୟ ଥର ଯୋଡି ହେବା ପୂର୍ବରୁ ଆପଣ ପ୍ରଥମେ ଧ୍ୟାନ ଦିଅନ୍ତୁ ବିଚ୍ଛେଦ ହେବାର କାରଣ ସବୁ କଣ ଥିଲା । ଏବଂ ଆପଣଙ୍କ ମଧ୍ୟରେ ସେହି ସବୁ ଅସୁବିଧା ସମାଧାନ ହୋଇଛି କି ନାହିଁ । ଯଦି ଆପଣଙ୍କ ସାମ୍ନାରେ ସେହି ସବୁ ଅସୁବିଧା ପୁର୍ନବାର ଘଟୁଛି ତେବେ ଆପଣଙ୍କ ରିଆକ୍ସନ କଣ ହେବ ।

– ଯଦି ବିବାହରେ କୌଣସି ଭାବନାତ୍ମକ ଓ ଶାରିିରୀକ ଦୁର୍ବେବହାର ହୋଇଥାଏ । ତେବେ ପୁର୍ନବାର ସଂପର୍କ ଯୋଡିବାରେ କୌଣସି ଲାଭ ହେବ ନାହିଁ ।

– ଏହାଛଡା ଯଦି କୌଣସି ପ୍ରେମୀ ଯୁଗଳଙ୍କ ମଧ୍ୟରେ କିଛି ଖରାପ ଅଭ୍ୟସ୍ତକୁ ନେଇ ତଥା ନିଷାଦ୍ରବ୍ୟ ପାଇଁ ବିଚ୍ଛେଦ ହୋଇଥାଏ । କିନ୍ତୁ ଯେତେ ଯାହା ଉପାୟ ଅବଲମ୍ବନ କଲେ ମଧ୍ୟ କୌଣସି ଫରକ ପହେ ନାହିଁ । ତେବେ ଏଭଳି ସଂପର୍କ ଦ୍ୱିତୀୟ ଥର ପାଇଁ ଯୋଡିବା ଠିକ୍ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More