Only for Entertainment

ଏହି ପୁରୁଣା ଯୋଡିକୁ ପୁଣିଥରେ ଦେଖିବେ ଦର୍ଶକ

odishanewstimes.com
0 66

ଓଲିଉଡ଼୍‍ରେ ଅନେକ ସମୟରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ନୂଆ ନୂଆ ଯୋଡ଼ି ବନାଇଛନ୍ତି,ପୁଣି ଆଉ କେତେବେଳେ,ପୁରୁଣା ଯୋଡ଼ିଙ୍କୁ ରିପିଟ୍‌ କରିଥା’ନ୍ତି। ଏବେ ପୁଣି ଏକ ପୁରୁଣା ଯୋଡ଼ିକୁ ରିପିଟ୍‌ କରାଯାଇଛି। ଅବଶ୍ୟ ଏହି ଯୋଡ଼ି ବେଶି ପୁରୁଣା ନୁହନ୍ତି।

ହଁ ଏହି ଯୋଡ଼ି ହେଲେ ଜ୍ୟୋତି-ଝିଲିକ୍‌।ଏହି ଯୋଡ଼ିକୁ ଦର୍ଶକ ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ତୁ ମୋ’ ହିରୋ’ରେ ପ୍ରଥମଥର ପାଇଁ ଦେଖିବାକୁ ପାଇଥିଲେ।ଏଥିରେ ଜ୍ୟୋତି-ଝିଲିକ୍‌ ଯୋଡ଼ି ଅବଶ୍ୟ ଜମିଯାଇଥିଲା। ବିଶେଷ କରି ଫିଲ୍ମର ଟାଇଟଲ୍‌ ଗୀତରେ ଏହି ଯୋଡ଼ିଙ୍କର ଅନ୍‌ସ୍କ୍ରିନ୍‌ ରୋମାନ୍‌ସ ବେଶ୍‌ ପସନ୍ଦ ହୋଇଥିଲା।

ଏବେ ଦ୍ୱିତୀୟଥର ପାଇଁ ‘ଜ୍ୟୋତି-ଝିଲିକ୍‌’ଯୋଡ଼ି ଯେଉଁ ନୂଆ ସିନେମାରେ କାମ କରୁଛନ୍ତି,ତାହାର ଶୀର୍ଷକ ରହିଛି ‘ଓଲେ ଓଲେ ଦିଲ୍‌ ବୋଲେ’। ଏହା ବି ଏକ ରୋମାଣ୍ଟିକ୍‌ କମେଡ଼ି ବୋଲି କୁହାଯାଉଛି। ନବାଗତ କୈଳାସ ମହାପାତ୍ର ଏହାର ନିର୍ଦ୍ଦେଶନା ଦେଉଛନ୍ତି। ସଂପ୍ରତି ସୁଟିଂ ଚାଲିଥିବା ‘ଓଲେ ଓଲେ ଦିଲ୍‌ବୋଲେ’ରେ ଜ୍ୟୋତି-ଝିଲିକ୍‌ଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ରଙ୍କୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏତଦ୍‌ବ୍ୟତୀତ ବିଜୟ ମହାନ୍ତି ଓ ଚୌଧୁରୀ ବିକାଶ ଦାସ  ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ବିଭୂତି ଭୂଷଣ ଷଡ଼ଙ୍ଗୀଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିରେ କାହାଣୀ ନିରଞ୍ଜନ ରେଡ଼ିଙ୍କର ହୋଇଥିବାବେଳେ ସଂଳାପ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ସରଘରିଆ ଓ ନିରଞ୍ଜନ ରେଡ଼ି। ପ୍ରେମ୍‌ ଆନନ୍ଦ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ। ତେବେ ଦ୍ୱିତୀୟ ଥରପାଇଁ ଜ୍ୟୋତି-ଝିଲିକ୍‌ ଯୋଡ଼ିଙ୍କର ଅନ୍‌ସ୍କ୍ରିନ୍‌ ରୋମାନ୍‌ସ ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଛି କି ନା,ତାହା ଦେଖିବାକୁ ବାକି ଅଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More