Only for Entertainment

ସିଗାରେଟ୍ ଠାରୁ ଅଧିକ କ୍ଷତିକାରକ ଧୂପକାଠି ଧୂଆଁ ! ହୋଇପାରେ କର୍କଟ ରୋଗର କାରଣ

youtube
0 40

ପୂଜା ପାଠ ଓ ଧାର୍ମିକ କାର୍ୟ୍ୟରେ ଧୂପକାଠିର ବ୍ୟବହାର କରାଯାଇଥାଏ । ଏହାର ସୁଗନ୍ଧିତ ବାସ୍ନା ଆମର ମନ ପ୍ରାଣରେ ଭକ୍ତି ଭାବ ସଂଚାର କରେ । ଏକ ଭିନ୍ନ ବାତାବରଣ ସୃଷ୍ଟି କରେ । ଖାଲି ଯେ ଏହାକୁ ଆଧ୍ୟାତ୍ମିକ ପାଇଁ ବ୍ୟବହାର କରାଯାଏ ତା ନୁହେଁ ଶାନ୍ତି ଓ ଶୁଦ୍ଧତାର ପ୍ରତୀକ ଭାବେ ମଧ୍ୟ ଏହାକୁ ମନେକରାଯାଏ । ଏହା ସତ ଯେ ଧୂପକାଠି ଜଳାଇବା ଦ୍ୱାରା ଆପଣଙ୍କୁ ଖୁବ୍ ଶାନ୍ତି ମିଳିଥାଏ ଓ ପରିବେଶକୁ ସୁଗନ୍ଧ କରିଥାଏ , ହେଲେ ଏଥିରୁ ବାହାରୁ ଥିବା ଧୂଆଁ ଖୁବ୍ ହାନିକାରକ ଅଟେ । ଏହା ସିଗାରେଟ୍ ଠାରୁ ମଧ୍ୟ କ୍ଷତିକାରକ ଅଟେ । ଏକ ଅନୁସନ୍ଧାନରୁ ଏହା ଜାଣିବାକୁ ମିଳିଛି । ଆସନ୍ତୁ ଜାଣିବା କେମିତି ଏହା ହାନିକାରକ ଅଟେ –

୧ – ଏକ ଚାଇନିଜ୍ ରିସର୍ଚ୍ଚ ଅନୁସାରେ , ଯେତେବେଳେ ଧୂପକାଠି ଜଳାଯାଏ , ଏହାର ଧୂଆଁ ସହ କ୍ଷୁଦ୍ର କ୍ଷୁଦ୍ର କଣିକା ବାହାରିବା ସହ ଏହା ବାୟୁରେ ମିଶିଥାଏ । ଏହି ସୁଗନ୍ଧିତ ଧୂପବତୀରୁ ବହୁତ ବିଷାକ୍ତ କଣିକା ବାହାରିଥାଏ ,ଯାହା ଶରୀରର କୋଷିକାଗୁଡିକୁ କ୍ଷତି ପହଁଚାଇଥାଏ ।

୨ – ରିସର୍ଚ୍ଚରୁ ଏହା ବି ସାବ୍ୟସ୍ତ ହୋଇଛି କି ସୁଗନ୍ଧିତ ଧୂପବତୀର ଧୂଆଁ ରେ ୩ ପ୍ରକାରର ବିଷାକ୍ତ ତତ୍ୱ ରହିଛି , ଯାହା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ରହିଛି । ଏହି ବିଷାକ୍ତତ୍ତତତ୍ୱ ହେଲା – ମ୍ୟୁଟାଜେନିକ୍ , ଜିନୋଟାକ୍ସିକ ଓ ସାଇଟୋଟାକ୍ସିକ୍ । ଧୂପବତୀରୁ ବାହାରୁଥିବା ହାନିକାରକ ଧୂଆଁ ରୁ ଶରୀରରେ ଥିବା ଜିନ୍ ର ରୂପ ପରିବର୍ତ୍ତନ ହୋଇଯାଏ , ଯାହା କ୍ୟାନସର ଓ ଫୁସଫୁସ୍ ସହ ଜଡିତ ରୋଗର ଲକ୍ଷଣ ପ୍ରଥମ ଷ୍ଟେଜ୍ ହୁଏ । ଜେନେଟିକ୍ ମ୍ୟୁଟିସନ ଅର୍ଥାତ୍ ଆନୁବଂଶିକ ମ୍ୟୁଟେସନରୁ ଡିଏନଏରେ ପରିବର୍ତ୍ତନ ହୋଇପାରେ , ଯାହା ଭଲ ସଂକେତ ନୁହେଁ ।

୩ – ଧୂପବତୀରୁ ବାହାରୁ ଥିବା ଧୂଆଁକୁ ଯେତେବେଳେ ଆମେ ନିଶ୍ୱାସ ସହ ଭିତରକୁ ନେଇଥାଉ , ତାହା ଆମର ଫୁସଫୁସ୍ ପର୍ୟ୍ୟନ୍ତ ପହଁଚି ଫୁସଫୁସ୍ ରେ ଜ୍ୱଳନ , ଉତ୍ତେଜନା ଓ ରିଆକ୍ସନ ଉତ୍ପନ୍ନ କରିପାରେ । କାରଣ ଏହି କଚ୍ଚିକାରେ ୬୪ଟି କମ୍ପାଉଣ୍ଡ ଥାଏ । ଆଉ ମଧ୍ୟ ଏହାଦ୍ୱାରା ଶ୍ୱାସକ୍ରିୟାରେ ଜ୍ୱଳନ ଓ କୁଣ୍ଡାଇ ହେବା ଆଦି ଦେଖାଦେଇଥାଏ ।

୪ – ଏହା ଏଥିପାଇଁ ବି ହୋଇଥାଏ ,କାରଣ ଧୂପବତୀ ଧୂଆଁରେ ବହୁତ ଫାଇନ୍ ପାର୍ଟିକଲ୍ସ ସବୁ ଥାଏ । ଯାହା ଆମର ଶରୀର ପାଇଁ ବହୁତ ହାନିକାରକ ଅଟେ । ଏହାସହ ଧୂପବତୀରେ ଥିବା କୃତ୍ରିମ ସୁଗନ୍ଧ, ଏହି ବପଦକୁ ଆହୁରି ବଢାଇଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More