Only for Entertainment

ବୟସ କେବଳ ମାତ୍ର ଏକ ନମ୍ବର, କର୍ଣ୍ଣାଟକର ୮୧ବର୍ଷ ବୃଦ୍ଧା ଜିତିଲେ ୧୦୦ମିଟର ରେସ !

40

କର୍ଣ୍ଣାଟକର ବାଙ୍ଗାଲୁରୁରେ ବୟସ୍କା ମହିଳାଙ୍କ ଦୌଡ ପ୍ରତିଯୋଗିତା ନୁହେଁ ବରଂ ଦୃତ ଗତିରେ ଚାଲିବା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କର୍ଣ୍ଣାଟକ ସରକାର ‘ୱାର୍ଲ୍ଡ ଏଲ୍ଡର୍ସ ଡେ’ କାର୍ଯ୍ୟକ୍ରମରେ ୧୦୦ରୁ ୨୦୦ମିଟରର ଚାଲିବା ପ୍ରତିଯୋଗୀତାର ଆୟୋଜନ କରିଥିଲେ । ଯେଉଁଥିରେ ୨୫୦ ବୃଦ୍ଧା ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ପ୍ରମାଣ କରିଥିଲେ ଯେ ବୟସ କେବଳ ନମ୍ବର ଅଟେ । ଏହି ପ୍ରତିଯୋଗିତାରେ ୮୧ବର୍ଷୀୟ ବୃଦ୍ଧା ଲଲିଥାମ୍ମା ୨୦୦ମିଟର ରେସରେ ବାଜି ମାରିଛନ୍ତି । ସେହିଭଳି ୭୨ବର୍ଷୀୟା ବୃଦ୍ଧା ୧୦୦ମିଟର ରେସରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ‘ୱାର୍ଲ୍ଡ ଏଲ୍ଡର୍ସ ଡେ’ ୧ଅକ୍ଟୋବରରେ ଅଟେ , ଯାହାକୁ ନେଇ ବାଙ୍ଗାଲୁରୁର କାନ୍ତିବାରା ଷ୍ଟାଡିଅମରେ ଏହି ପ୍ରତିଯୋଗିତା ରଖାଯାଇଥିଲା ।

ଲଲିଥମ୍ମା ଅବସରପ୍ରାନ୍ତ ଅଟନ୍ତି । ସେ ତାଙ୍କ ଯୌବନାବସ୍ଥାରେ ଅନେକ ରେସ ଏବଂ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଜିତିଛନ୍ତି । ସେ ପ୍ରତିଦିନ ୧ଘଂଟା ଚାଲିଥାଆନ୍ତି । ଏହିକାରଣରୁ ସେ ରେସ ଜିତି ଥିବା କହିଛନ୍ତି ଲଲିଥମ୍ମା ।

ସେହିଭଳି ସରୋଜାମ୍ମା ୧୦୦ମିଟର ରେସରେ ଜିତି ମିଡିଆ ଆଗରେ କହିଛନ୍ତି ଯେ ମୋ ପିଲା ମାନଙ୍କୁ ପଚାର, ଯେଉଁମାନେ ମୋତେ ଛାଡି ଦେଇଛନ୍ତି ଏବଂ ଖରାପ ବ୍ୟବହାର କରିଛନ୍ତି । ସେମାନଙ୍କୁ ଯାହା ଦରକାର ଥିଲା ମିଳିଗଲା । କିନ୍ତୁ ସେ ଏଭଳି କାର୍ଯ୍ୟକ୍ରମରେ ଭାଗ ନେଇ ଖୁବ ଖୁସିରେ ଜୀବନ କାଟୁଛନ୍ତି ।

ଏହି ଇଭେଂଟରେ ଯେତେ ବୃଦ୍ଧା ଭାଗ ନେଇଥିଲେ , ସେମାନଙ୍କ କାହାଣୀ ପ୍ରାୟତଃ ଏକାଭଳି । ଏମାନଙ୍କ ମଧ୍ୟରୁ ଅନେକ ଜଚ୍ଚଙ୍କୁ ପରିବାର ବାହାର କରିଦେଇଛନ୍ତି । କିନ୍ତୁ ଏଭଳି କାର୍ଯ୍ୟକ୍ରମ ଏମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More