Only for Entertainment

କାହିଁକି ମୋଦିଙ୍କ ସହ ସାକ୍ଷାତକାର ପାଇଁ ଅକ୍ଷୟଙ୍କୁ ଚୟନ କରାଯାଇଥିଲା?

The Indian Express
39

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅକ୍ଷୟ କୁମାରଙ୍କ ସାକ୍ଷାତକାର ଭିଡ଼ିଓ ତ ଆପଣ ନିଶ୍ଚୟ ଦେଖିଥିବେ । ଏହି ସାକ୍ଷାତକାରରେ ମୋଦୀଜୀ ରାଜନୀତିକୁ ଛାଡ଼ି ନିଜର ଅନ୍ୟ ବ୍ୟକ୍ତିଗତ ଜିନିଷକୁ ନେଇ କଥାବାର୍ତ୍ତା ହୋଇଥିଲେ । ଏହି ସାକ୍ଷାତକାର ପରେ ମୋଦୀଜୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ସମର୍ଥକମାନେ ଅନେକ କିଛି ଜାଣିବାକୁ ପାଇଥିଲେ । ତେବେ ସାକ୍ଷାତକାରେ ପରେ ସାମ୍ନାକୁ ଆସିଥିବା ଜିନିଷକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

 

ସୂଚନା ମୁତାବକ, ମୋଦୀଜୀଙ୍କ ସାକ୍ଷାତକାର ନେବା ପାଇଁ ବଲିଉଡ୍‌ର ୩ଟି କଳାକାର ଆମୀର୍‌ ଖାନ୍‌, ସଲମାନ୍‌ ଖାନ୍‌ ଏବଂ ଅକ୍ଷୟ କୁମାରଙ୍କ ନାଁ ଅଲୋଚନାକୁ ନିଆ ଯାଇଥିଲା । ଶେଷରେ ଅନେକ ଆଲୋଚନା ପରେ ଅକ୍ଷୟ କୁମାରଙ୍କୁ ସାକ୍ଷାତକାର ନେବାର ସୁଯୋଗ ମିଳିଥିଲା । ଅକ୍ଷୟ କୁମାରଙ୍କ ତୁଳନାରେ ସଲମାନ୍‌ ଏବଂ ଆମୀରଙ୍କର ଜାତୀୟବାଦୀ ଭାବମୂର୍ତ୍ତି ରହିନାହିଁ । ଅକ୍ଷୟ ନିଜ ଫିଲ୍ମ ଜରିଆରେ ଲୋକମାନଙ୍କୁ ଭଲ ବାର୍ତ୍ତା ଦେଇ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିବାରୁ ତାଙ୍କୁ ଏହି ସାକ୍ଷାତକାର ନେବାର ସୁଯୋଗ ମିଳିଲା ବୋଲି ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More