Only for Entertainment

ଅମିତାଭଙ୍କ ଘର ଛାଡ଼ିବେ ଅଭିଷେକ ଓ ଐଶ୍ଚର୍ଯ୍ୟା

hd wallpapers rock
0 59

 

କେବଳ ଯେ ସାଧାରଣ ଲୋକଙ୍କ ପରିବାରରେ ମନମାଳୀନ ହୋଇଥାଏ, ତାହା ନୁହେଁ ବରଂ ସେଲିବ୍ରେଟୀ ମାନଙ୍କ ମଧ୍ୟରେ ମଧ୍ୟ । କାରଣ ଏହା ମଣିଷର ସ୍ୱଭାବିକ ଗୁଣ । ତେବେ କେହି ଏଥିରୁ ବାଦ ପଡ଼ନ୍ତି ନାହିଁ । ବିଗ ବି ଅମିତାଭଙ୍କ ପରିବାର ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି । ଇଣ୍ଡଷ୍ଟ୍ରିରେ ଜଣେ ନାମି ଦାମି କଳାକାର ହେଉଛନ୍ତି ବିଗ ବି । କେବଳ ସିନେ ଜଗତରେ ଯେ ଏକ ସୁନ୍ଦର ପରିଚୟ ସୃଷ୍ଟି କରି ପାରିଥିଲେ ଏବଂ ସମସ୍ତଙ୍କ ସହିତ ଏକ ସୁନ୍ଦର ସଂପର୍କ ତିଆରି କରି ପାରିଥିଲେ ତାହା ନୁହେଁ ବରଂ ନିଜ ଘର ଓ ପରିବାରକୁ ମଧ୍ୟ ଖୁବ ଉଚ୍ଚ ସଂସ୍କାର ଦେଇଥିଲେ ଅମିତାଭ । କିନ୍ତୁ ହଠାତ ଐଶ୍ଚର୍ଯ୍ୟା ଏବଂ ଅଭିଷେକଙ୍କର ଘର ଛାଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।
ବାସ୍ତବରେ ଘଟଣାକୁ ନେଇ ସଂପୂର୍ଣ୍ଣ ଖବର ଜଣାପଡ଼ିନାହିଁ । କିନ୍ତୁ ସୂଚନା ଅନୁସାରେ ଐଶ୍ଚର୍ଯ୍ୟା ଏବଂ ତାଙ୍କ ନଣନ୍ଦ ଶ୍ୱେତା ନନ୍ଦାଙ୍କ ମଧ୍ୟରେ ପୂର୍ବରୁ ମନମାଳୀନ ହୋଇଆସୁଛି । ଦୁଇ ଜଣଙ୍କୁ ଏକା ସାଙ୍ଗରେ ଦେଖିବା ଖୁବ କଷ୍ଟ । ବିରାଟ ଏବଂ ଅନୁଷ୍କାଙ୍କ ମୁମ୍ବାଇ ରିସେପସନରେ ମଧ୍ୟ କେହି କାହା ସାଙ୍ଗରେ କଥା ହେଉନଥିବା ଘଟଣା ସାମ୍ନାକୁ ଆସିଥିଊା । ଏହା ସହିତ ଆରାଧ୍ୟାଙ୍କ ଜନ୍ମ ଦିନରେ ମଧ୍ୟ ଦୁଇଜଣଙ୍କୁ ଦେଖିବାକୁ ମିଳିନଥିଲା । କିନ୍ତୁ ଘଟଣାରେ ନୂଆ ମୋଡ଼ ଆସିଛି । ଅଭିଷେକ ଏବଂ ଐଶ୍ଚର୍ଯ୍ୟା ଜଲସାକୁ ଛାଡ଼ି ମୁମ୍ବାଇରେ ଥିବା ତାଙ୍କର ଲଗଜରୀ ଆପାର୍ଟମେଂଟ ସିଫ୍ଟ ହେବେ ବୋଲି ନିଷ୍ପତ୍ତି ନେଇଥିବା କଥା ସାମ୍ନାକୁ ଆସିଛି । ବର୍ଷ ବର୍ଷ ଧରି ଏକା ସହିତ ରହିବା ପରେ ଏଭଳି ଏକ ନିଷ୍ପିତ୍ତି ରେ ଆଶ୍ଚର୍ଯ୍ୟ ହେବା ସାଧାରଣ କଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More