Only for Entertainment

“ଐଶ୍ଚର୍ଯ୍ୟା ନା ଅନୁଷ୍କା”, କିଏ ନଜର ଆସିବେ ‘ଆମ୍ମା’ଙ୍କ ଚରିତ୍ରରେ?

Bollyworm
0 36

ଗତ କିଛି ଦିନ ହେବ ବଲିଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ବାୟୋପିକ୍ ନିର୍ମାଣ ହେବାରେ ଲାଗିଛି । ବର୍ତ୍ତମାନ ସାଉଥ ଫିଲ୍ମ ସୁପରଷ୍ଟାର ଓ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଏନ ଟି ରାମା ରାଓଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ବ୍ୟତୀତ ନିକଟରେ ରିଲିଜ ହୋଇଥିବା ରେଖାଙ୍କ ସାବତ ମା’ ଓ ଅଭନେତ୍ରୀ ସାବିତ୍ରୀଙ୍କ ବାୟାପିକ ‘ମହାନତି’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏବେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟଲଳିତାଙ୍କ ବାୟୋପିକ୍ କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଚାଲିଛି ।

ଜୟଲଳିତାଙ୍କ ବାୟୋପିକ୍ ରେ ନେସନାଲ ଫିଲ୍ମ ଆୱାର୍ଡ ବିଜେତା ପି ଭାରତୀ ରାଜା ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଆଦିତ୍ୟ ଭରଦ୍ୱାଜ । ଫିଲ୍ମିଟି ‘ଆମ୍ମା- ପୁରଚୀ ଥଲାଇୱି’ ନାମରେ ରିଲିଜ ହେବ । ତେବେ ଫିଲ୍ମର ପ୍ରି- ପ୍ରଡକ୍ସନ ପ୍ରାୟ ଶେଷ ହୋଇ ସାରିଥିବା ବେଳେ ଫିଲ୍ମର ସୁଟିଂ ଡିସେମ୍ବରରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

ତେବେ ଫିଲ୍ମ ‘ଆମ୍ମା’ଙ୍କ ଚରିତ୍ର ପାଇଁ ଅଭିନେତ୍ରୀ ଖୋଜା ହେଉଥିବା ବେଳେ ଏହି ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅନୁଷ୍କା ସେଟ୍ଟୀ, ଏ ଦୁଇ ଜଣଙ୍କ ନାମ ସାମ୍ନାକୁ ଆସିଛି । ଉଭୟ ଜୟଲଳିତାଙ୍କ ଭୁମିକା ଦୈାଡରେ ସାମିଲ ଅଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅନୁଷ୍କା ସେଟ୍ଟୀ ଓ ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରୁ ଜୟଲଳିତାଙ୍କ ଚରିତ୍ରରେ କିଏ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More