Only for Entertainment

ଦୀର୍ଘ ୮ବର୍ଷ ପରେ ବଡ ପରଦାରେ ନଜର ଆସିବେ ଏହି ଫେମସ ଯୋଡି ।

Highlights India
0 28

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ଫେମସ କପଲଙ୍କ ମଧ୍ୟରୁ ଗୋଟେ । ସମୟ ସହ ଦୁହିଁଙ୍କ ସମ୍ପର୍କ ମଧ୍ୟ ଧୀେୀ ଧୀରେ ଗଭୀର ହୋଇ ଚାଲିଛି । ଦୁହେଁ ବଡ ପରଦାରେ ଅନେକ ଥର ସ୍କ୍ରିନ ଶେୟାର କରିଛନ୍ତି । ଏବେ ଖବର ଶୁଣିବାକୁ ମିଳିଛି ଯେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ଦୀର୍ଘ ୮ବର୍ଷ ପରେ ପୁଣି ଥରେ ବଡ ପରଦାରେ ଏକାସହ ନଜର ଆସିବେ । ଦୁହେଁ ଅନୁରାଗ କଶ୍ୟପଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅନୁରାଗ କଶ୍ୟପଙ୍କ ଆଗାମୀ ଫିଲ୍ମ‘ଗୁଲାବ ଜାମୁନ’ରେ ନଜର ଆସିବେ ।ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ସର୍ବେଶ ମେବାରା । ଯଦିଓ ଫିଲ୍ମ ସମ୍ପର୍କିତ କୌଣସି ତାରିଖ ଏବେ ସାମ୍ନାକୁ ଆସି ନାହିଁ ମା୍ତ୍ର ଅନୁମାନ ଲଗାଯାଉଛି ଯେ ଖୁବ ଶୀଘ୍ର ଫିଲ୍ମ ବିଷୟରେ ଘୋଷଣା କରାଯିବ । ଏହାମଧ୍ୟ ଶୁଣିବାକୁ ମିଳିଛି ଯେ ଦୁହେଁ ଏହି ଫିଲ୍ମ ପାଇଁ ପ୍ରଥମେ ମନା କରି ଦେଇଥିଲେ ମାତ୍ର ପରେ ରାଜି ହୋଇଥିଲେ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଶେଷଥର ପାଇଁ ୨୦୧୦ରେ ମଣିରତ୍ନମଙ୍କ ଫିଲ୍ମ ‘ରାବଣ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More