Only for Entertainment

ଏହି ଫିଲ୍ମରେ ଏକା ସାଙ୍ଗରେ ନଜର ଆସିବେ ଶ୍ୱଶୁର ବୋହୁ ।

mashable.com
31

ଅଭିନେତ୍ରୀ ଐଶ୍ୱରୀୟା ରୟ ବଚ୍ଚନ ମଣିରତ୍ନମଙ୍କ ଆଗାମୀ ଫିଲ୍ମ ସାଇନ କରି ସାରିଛନ୍ତି । ଫିଲ୍ମ କଳକୀ କୃଷ୍ଣମୂର୍ତ୍ତିଙ୍କ ଉପନ୍ୟାସ ପୋନ୍ନି ସେଲଭାନ ଉପରେ ପର୍ଯ୍ୟବେଷିତ । ଏହା ବଡ଼ ବଜେଟର ଏକ ଐତିହାସିକ ଡ୍ରାମା । ଯାହା ବାହୁବଳୀ ଭଳି ଦମଦାର ରହିବ ।

ଅନ୍ୟ ପକ୍ଷରେ ଖବର ଆସୁଛିଯେ ନିର୍ଦ୍ଦେଶକ ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ନେବା ପାଇଁ ଚାହୁଁଛନ୍ତି । ଏହା ସହିତ ଅମିତାଭଙ୍କୁ ଫିଲ୍ମର କାହାଣୀ ମଧ୍ୟ ଶୁଣାଯାଇଛି । ଅବଶ୍ୟ ଫିଲ୍ମକୁ ସାଇନ କରିଛନ୍ତି ନା ନାହିଁ ତାହାର ଅଫିସିଆଲ ଘୋଷଣା ହୋଇନାହିଁ । କହିରଖୁଛୁଯେ ଶ୍ୱଶୁର ବୋହୁ ଶେଷ ଥର ପାଇଁ ଫିଲ୍ମ ସରକାର ରାଜରେ ଏକା ସାଙ୍ଗରେ ନଜର ଆସିଥିଲେ ।

ଡିଏନଏର ରିପୋର୍ଟ ଅନୁସାରେ ଫିଲ୍ମରେ ଦକ୍ଷିଣ ଭାରତର କେତେକ ନାମୀଦାମୀ ଚେହେରା ମଧ୍ୟ ନଜର ଆସିପାରନ୍ତି । ମଣିରତ୍ନମ ଫିମେଲ ରୋଲ ପାଇଁ ଐଶ୍ଚର୍ଯ୍ୟାଙ୍କୁ ଆପ୍ରୋଚ କରିଛନ୍ତି । ୧୪ ଜାନୁୟାରୀକୁ ଫିଲ୍ମ ବିଷୟରେ ଘୋଷଣା କରାଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More