Only for Entertainment

୮ ବର୍ଷ ପରେ ଏକା ସହିତ ପରଦାରେ ନଜର ଆସିବେ ଐଶ୍ୱର୍ଯ୍ୟା-ଅଭିଷେକ, ଏହା ହେବ ଫିଲ୍ମ ନାମ ।

Jon Vilma
0 43

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶେଷ ଥର ପାଇଁ ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ‘ରାବଣ’ରେ ନଜର ଆସିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ମଣି ରତ୍ନମ । ଏହା ପରେ ଦୁହେଁ କୌଣସି ଫିଲ୍ମରେ ଏକାଠି ନଜର ଆସିନାହାଁନ୍ତି । କିନ୍ତୁ ଦୁହିଁଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର । ଖବର ଅନୁସାରେ ଦୀର୍ଘ ଦୁହେଁ ଖୁବ ଶୀଘ୍ର ଏକ ଫିଲ୍ମରେ ଏକା ସହିତ ନଜର ଆସିବେ । ଫିଲ୍ମର ନାମ ମଧ୍ୟ ଫାଇନାଲ ହୋଇସାରିଛି । ଫିଲ୍ମର ନାମ ହେଉଛି ‘ଗୁଲାବ ଜାମୁନ’ ।

aish

ଖବର ଅନୁସାରେ ଫ୍ୟାଣ୍ଟମ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଡକ୍ସନ ଦାୟିତ୍ୱ ତୁଲାଇବେ ଅନୁରାଗ କଶ୍ୟପ । ଫିଲ୍ମର ନିର୍ଦ୍ଦେଶନା ଭାର ଜଣେ ନୂଆ ନିର୍ଦ୍ଦେଶକ ତୁଳାଇବେ । ଏପର୍ଯ୍ୟନ୍ତ ନିର୍ଦ୍ଦେଶକଙ୍କ ନାମର କୌଣସି ଘୋଷଣା କରାଯାଇନାହିଁ । ଅଭିଷେକଗ ଏବଂ ଐଶ୍ୱର୍ଯ୍ୟା ଏପର୍ଯ୍ୟନ୍ତ ୮ଟି ଫିଲ୍ମରେ ନଜର ଆସିଛନ୍ତି । ଖୁବ ଶୀଘ୍ର ସେମାନେ ଏହି ନୂଆ ପ୍ରୋଜେକ୍ଟର ଆରମ୍ଭ କରିବେ ।

ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ଫନ୍ନେ ଖାଁ ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହିତ ଅନିଲ କପୁର ଏବଂ ରାଜକୁମାର ରାଓ ଲିଜ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More