Only for Entertainment

ଅଭିଶେକ ବଚ୍ଚନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଐଶ, ଜାଣନ୍ତୁ ଆହୁରି ଅନେକ ମଜାଦାର କଥା !

54

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ୧ ନଭେମ୍ବର, ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିଲେ ସେ । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ରହିବା ସହିତ ଆକ୍ରିଟେକ୍ଚର୍ ହେବାର ଇଚ୍ଛା ମଧ୍ୟ ରଖିଥିଲେ ଐଶ୍ୱର୍ଯ୍ୟା । ହେଲେ ମଡେଲିଂର ଅଫର୍ ଓ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେବା ପରେ ପାଠ ପଢାକୁ ଅଧାରେ ଛାଡିବାକୁ ପଡିଥିଲା ତାଙ୍କୁ । ପରେ ୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀ ର ତାଜ୍ ହାତେଇଲେ । ଏହାପରେ ନୀଳ ନୟନା ଐଶ୍ୱର୍ଯ୍ୟା ପୁରା ବିଶ୍ୱରେ ହୋଇଗଲେ ପ୍ରସିଦ୍ଧ । ୧୯୯୭, ମଡେଲିଂରୁ ଏବେ ତାଙ୍କ କ୍ୟାରିଅର୍ର ଗାଡି ମୁହାଁଇଲା ଅଭିନୟ ଆଡକୁ, ଯେତେବେଳେ ଫିଲ୍ମମେକର୍ ମଣିରତ୍ନମ୍ ତାଙ୍କୁ ପ୍ରଥମେ ଅଭିନୟର ମୌକାଦେଲେ ତାମିଲ୍ ଚଳଚ୍ଚିତ୍ର ଇରୁଭର୍ ରେ । ସେହିବର୍ଷ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଐଶ୍ୱର୍ଯ୍ୟା ଡେବ୍ୟୁ କଲେ ଚଳଚ୍ଚିତ୍ର ଔର୍ ପ୍ୟାର୍ ହୋଗୟା ଜରିଆରେ । ଫିଲ୍ମରେ ତାଙ୍କୁ ଅଭିନେତା ବବି ଦେଓଲଙ୍କ ଅପୋଜିଟରେ ଦେଖିବାକୁ ମିଳିଥିଲା ।

୧୯୯୯ ମସିହାରେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂଶାଲୀ ଐଶ୍ୱର୍ଯ୍ୟାଙ୍କୁ କାଷ୍ଟ କଲେ ନିଜ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମରେ । ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଅପୋଜିଟରେ ନଜର ଆସିଥିଲେ ଭର୍ସାଟାଇଲ୍ ଆକ୍ଟର୍ ଅଜୟ ଦେବଗନ ଓ ହାଣ୍ଡସମ୍ ହଙ୍କ ସଲମାନ୍ ଖାନ୍ । ଫିଲ୍ମଟି କମର୍ସିଆଲ୍ ହିଟ୍ ହେବା ସହ ଐଶ୍ୱର୍ଯ୍ୟାଙ୍କ ପ୍ରଫେସନାଲ୍ କମ୍ ପର୍ସନାଲ୍ ଲାଇଫରେ ଏକ ବଡ ଟର୍ଣ୍ଣିଂ ନେଇ ଆସିଥିଲା । ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇବା ସହ, ଅଭିନେତା ସଲମାନଙ୍କ ସହ ପ୍ରେମ ସମ୍ପର୍କରେ ମଧ୍ୟ ଜଡିତ ହେଲେ । ହେଲେ ବେଶିଦିନ ପର୍ଯ୍ୟନ୍ତ ଏହି ସମ୍ପର୍କ ରହିପାରିଲା ନାହିଁ । ଗୋଟିଏପଟେ ତାଙ୍କ ଜବରଦସ୍ତ ଅଭିନୟର ଝଲକ ଦେଖିବାକୁ ମିଳିଥିଲା ହିନ୍ଦୀ ଫିଲ୍ମ ତାଲ୍, ମୋହବତେଁ, ଜୋଶ, ଅଲବେଲା, ଦିଲ୍ କା ରିସ୍ତା, କୁଛ ନା କହୋ, ଖାକି, ଭଳି ଫିଲ୍ମ ମାନଙ୍କରେ ।

ଚଳଚ୍ଚିତ୍ର ଦେବଦାସରେ ଐଶ୍ୱର୍ଯ୍ୟାଙ୍କ ଅଭିନୟର ଅନ୍ୟ ଏକ ସେଡ୍ ଦେଖିବାକୁ ମିଳିଥିଲା । ଗୁରୁ ଫିଲ୍ମ ସୁଟିଂ ସମୟରେ ଐଶ ଅଭିଶେକଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ଗୁରୁ ଫିଲ୍ମ ଶେଷ ହେବା ପରେ ଦୁହେଁ ବିବାହ କରିଥିଲେ । ଐଶ୍ୱର୍ଯ୍ୟା ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ନିଜ ଜୀବନସାଥି ଭାବେ ବାଛିଲେ ଏବଂ ଉଭୟ ଏକ କନ୍ୟା ସନ୍ତାନର ପାରେଂଟ୍ସ୍ ହୋଇ ପାରିଛନ୍ତି । ବିବାହ ପରେ ମଧ୍ୟ ତାଙ୍କ ଅଭିନୟର ସଫର୍ ଜାରି ରହିଥିଲା । ଗୁରୁ, ଯୋଦ୍ଧା ଅକବର୍, ସରକାର ରାଜ, ରାବଣ, ଆକ୍ସନ ରିପ୍ଲେ, ରୋବଟ୍ ଏବଂ ଗୁଜାରିସ୍ ଭଳି ଫିଲ୍ମରେ ଐଶ୍ୱର୍ଯ୍ୟା ନଜର ଆସିଥିଲେ । ଆଉ ନିକଟରେ ଚଳଚ୍ଚିତ୍ର ଫନେ ଖାନରେ ଐଶ୍ୱର୍ଯ୍ୟା ପୁଣିଥରେ ନିଜ ପ୍ରତିଭା ଦେଖାଇଥିଲେ । ଐଶ୍ୱର୍ଯ୍ୟା ଜଣେ ସଫଳ ଅଭିନେତ୍ରୀ ହେବା ସହ ଜଣେ ଭଲ ସ୍ତ୍ରୀ ଓ ମା ମଧ୍ୟ ହୋଇ ପାରିଛନ୍ତି । ତାଙ୍କର ଏହି ଖାସ୍ ଦିନରେ ଫ୍ୟାନ୍ସଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More