Only for Entertainment

ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ଏଣ୍ଟ୍ରି, ଗୋଟିଏ ବି ପୋଷ୍ଟ ନଥାଇ ମଧ୍ୟ ସାମିଲ ହେଲେ ୧୪ ହଜାର ଫଲୋୟର୍ସ

sareez
0 70

ଶେଷରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ସୋସିଆଲ ମିଡିଆରେ ଏଣ୍ଟ୍ରି କରିଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜ ଆକା ଉଣ୍ଟକୁ ରେଜିଷ୍ଟର କରିଛନ୍ତି । କିନ୍ତୁ ଫେସବୁକ ଏବଂ ଟ୍ୱିଟର ଠାରୁ ସେ ଏବେ ମଧ୍ୟ ଦୂରରେ । କାନ୍ସ ଫେଷ୍ଟିଭାଲ ରେଡ କାର୍ପେଟରେ ନଜର ଆସିବାର ଗୋଟିଏ ଦିନ ପୂର୍ବରୁ ସେ ସୋସିଆଲ ମିଡିଆ ଜଏନ କରିଛନ୍ତି । କିନ୍ତୁ ତାଙ୍କର ପ୍ରଥମ ପୋଷ୍ଟ ବିଷୟରେ କିଛି ସୂଚନା ମିଳିନାହିଁ ।

aishwarya

ପୁରା ଦୁନିଆରେ ଥିବା ତାଙ୍କ ଶୁଭଚିନ୍ତକ ଏବଂ ଫ୍ୟାନମାନଙ୍କ ଲଗାତାର ଅନୁରୋଧ ପରେ ସେ ଏହି ନିର୍ଣ୍ଣୟ ନେଇଛନ୍ତି । ଖବର ଅନୁସାରେ ଐଶ୍ୱର୍ଯ୍ୟାଙ୍କ ମତରେ ତାଙ୍କର ଏହି ନିର୍ଣ୍ଣୟ ତାଙ୍କ କାମ ଏବଂ ଫ୍ୟାନ୍ସମାନଙ୍କୁ ନିକଟତର କରିବାରେ ସାହାଯ୍ୟ କରିବ । ଐଶ୍ୱର୍ଯ୍ୟ ନିଜ ଆକାଉଣ୍ଟରେ ଏପର୍ଯ୍ୟନ୍ତ ଗୋଟିଏ ବି ପୋଷ୍ଟ କରିନଥିଲେ ବି ତାଙ୍କର ଫଲୋୟର୍ସ ସଂଖ୍ୟା ୧୪ ହଜାରରୁ ଅଧିକରେ ପହଁଚିଛି ।

ଐଶ୍ୱର୍ଯ୍ୟା ଗତବର୍ଷ ସୋସିଆଲ ମିଡିଆରେ ଏଣ୍ଟ୍ରି କରିବାର ସମୟ ଆସିଛି ବୋଲି କହିଥିଲେ । ଖବର ଅନୁସାରେ ଐଶ୍ୱର୍ଯ୍ୟାଙ୍କ ଘନିଷ୍ଠ ବନ୍ଧୁ ମନୀଷ ମଲହୋତ୍ରା, ଏବଂ କରଣ ଜୋହରଙ୍କ ତାଙ୍କୁ ସୋସିଆଲ ମିଡିଆ ଜଏନ କରିବା ପାଇଁ ବାରମ୍ବାର କହିଥିଲେ । ଏହା ସହିତ ତାଙ୍କ ଟିମ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ଏ ବିଷୟରେ ବୁଝାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More