Only for Entertainment

ଆକ୍ଟିଂ ପରେ ଏବେ ଏହି କାମ କରିବେ ଐଶ୍ୱର୍ଯ୍ୟା !

dna
25

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଫନ୍ନେ ଖାଁ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଜଣେ ସିଙ୍ଗର ଭୂମିକାରେ ନଜର ଆସିଥିଲେ । କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଏତେ ସଫଳ ହୋଇପାରିଲା ନାହିଁ । ତେବେ ଆକ୍ଟିଂରୁ ହଟି ଐଶ୍ୱର୍ଯ୍ୟା ଏବେ ଆଉ ଏକ କାମରେ ନିୟୋଜିତ ହେବା ପାଇଁ ଇଚ୍ଛା କରୁଛନ୍ତି । ଆଜ୍ଞା ହଁ, ଐଶ୍ୱର୍ଯ୍ୟା ରାୟ ଏବେ ନିର୍ଦ୍ଦେଶନାରେ ପାଦ ଦେବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, ଆକ୍ଟିଂ ପରେ ନିର୍ଦ୍ଦେଶନା କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି ।

ଐଶ୍ୱର୍ଯ୍ୟା କହିଛନ୍ତି ‘ମୁଁ କୌଣସି ଏକ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ଚାହେଁ । କିନ୍ତୁ ଏହି କ୍ଷେତ୍ରରେ କାମ କରିବା ପାଇଁ ମୁଁ ଏପର୍ଯ୍ୟନ୍ତ ଟାଇମ ଏବଂ ଏନର୍ଜୀ ଲଗାଇ ନାହିଁ । ହେଲେ ମୋତେ ଏହି ବିଷୟରେ ଗମ୍ଭୀରତାର ସହ ଭାବିବାକୁ ପଡିବ । ମୋର ସହେଯାଗୀ ମାନେ ମୋତେ ସର୍ବଦା କହିଥାନ୍ତି, ଆପଣ ନିର୍ମାତା ଏବଂ ନିର୍ଦ୍ଦେଶନା ଆଡକୁ କାହିଁ ଧ୍ୟାନ ଦେଉନାହାଁନ୍ତି ? ନିଜର ଫିଲ୍ମ କ’ଣ ପାଇଁ ନିର୍ମାଣ କରୁନ ? ମୋତେ ଏହି ବିଷୟକୁ ନେଇ ଅନେକ ଲୋକଙ୍କ ପ୍ରତିକ୍ରିୟା ମିଳୁଛି । ଏବଂ ଏହା ଖୁବ ଉତ୍ସାହଜନକ । ଏବେ ଏହା ଉପରେ ଗମ୍ଭୀରତାର ସହିତ ଚିନ୍ତା କରିବାକୁ ପଡିବ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More