Only for Entertainment

‘ଦେବଦାସ’ର ‘ପାରୋ’ ଭୂମିକା ପାଇଁ ଐଶ୍ୱର୍ଯ୍ୟା ଏହିପରି ଦେଇଥିଲେ ଲୁକ ଟେଷ୍ଟ, ଫଟୋ ଭାଇରାଲ ।

MensXP
0 59

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଲମ୍ବା ସମୟରୁ ବଲିଉଡରେ ସକ୍ରିୟ ଅଛନ୍ତି । ବଲିଉଡରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏହା ସହିତ ଗୋଟିଏ ପରେ ଗୋଟିଏ ଦମଦାର ଚରିତ୍ରରେ ଅଭିନୟ କରିଛନ୍ତି । ଏଥିମଧ୍ୟରୁ ଶାହରୁଖଙ୍କ ଅଭିନିତ ଫିଲ୍ମ ‘ଦେବଦାସ’ରେ ଐଶ୍ୱର୍ଯ୍ୟାଙ୍କ ପାରୋ ଭୂମିକାକୁ କିଏ ବା ଭୁଲି ପାରିବ । ଐଶ୍ୱର୍ଯ୍ୟାଙ୍କ ଏକ ଟେଷ୍ଟିଂ ଫଟୋ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ପାରୋର କଷ୍ଟ୍ୟୁମରେ ନଜର ଆସିଛନ୍ତି ।

‘ଦେବଦାସ’ ଫିଲ୍ମର କଷ୍ଟ୍ୟୁମ ଡିଜାଇନର ନୀତା ଲୁଲା ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଐଶ୍ ହାତରେ ଏକ ମହମବତୀ ଲ୍ୟାମ୍ପ ଏବଂ ପାରୋ କଷ୍ଟ୍ୟୁମରେ ନଜର ଆସିଛନ୍ତି । ଏହାର କ୍ୟାପସନରେ ନୀତା କ୍ୟାପସନ ଦେଇଛନ୍ତି ‘ଦେବଦାସରେ ପାରୋ ରୋଲ ପ୍ଲେ କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଟେଷ୍ଟ ଇମେଜ ଦେଖ ।’

 

‘ଦେବଦାସ’ ଫିଲ୍ମ ସୁପରହିଟ ରହିଥିଲା । ଫିଲ୍ମରେ ଶାହରୁଖ ଖାନ ଅଭିନୟକୁ ଲୋକେ ଖୁବ ପ୍ରଶଂସା କରିଥିଲେ । ଏହା ସହିତ ଐଶ୍ୱର୍ଯ୍ୟା ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୟ ଫିଲ୍ମରେ ଜୀବନ ଭରି ଦେଇଥିଲେ । ଫିଲ୍ମ ପାଇଁ ଐଶ୍ ଅନେକ ପୁରସ୍କାର ମଧ୍ୟ ନିଜ ନାମରେ କରିଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ସେ ଫିଲ୍ମ ଫନ୍ନେ ଖାଁରେ ନଜର ଆସିଥିଲେ । କିନ୍ତୁ ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ । ଐଶ୍ ଆଗମୀ ଫିଲ୍ମ ‘ଗୁଲାବ ଜାମୁନ’ରେ ନଜର ଆସିବେ । ୮ ବର୍ଷ ପରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଏକା ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More