Only for Entertainment

ପୁଣିଥରେ ମା’ ହେବେ ଐଶ୍ୱର୍ଯ୍ୟା !

wallpaperscraft.com
0 35

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ମା’ ହେବେ । ଏହା ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା । କିନ୍ତୁ ସେ ରିଅଲ ଲାଇଫରେ ମା’ହେବାକୁ ଯାଉ ନାହାନ୍ତି ବରଂ ରିଲ ଲାଇଫରେ ମା’ ହେବାକୁ ଯାଉଛନ୍ତି । ଖବର ଅନୁସାରେ, ଐଶଙ୍କୁ ଗୋଟେ ନୂଆ ଫିଲ୍ମର ଅଫର ମିଳିଛି, ଯେଉଁଥିରେ ଜଣେ ସରୋଗେସୀ ମା’ ରୂପେ ଐଶ୍ୱର୍ଯ୍ୟାଙ୍କ ଭୂମିକା ରହିଛି ।

ତେବେ ଐଶ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପନ୍ନେ ଖାନ’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ୨୦୧୭ରେ ଐଶଙ୍କ କୌଣସି ବି ଫିଲ୍ମ ରିଲିଜ ହୋଇନଥିଲା । ସେଥିପାଇଁ ଏ ବର୍ଷ ଐଶଙ୍କ ଫିଲ୍ମ ‘ଫନ୍ନେ ଖାନ’ ପାଇଁ ଦର୍ଶକମାନ ଖୁବ ଉତ୍ସାହିତ ବୋଲି ଶୁଣିବାକୁ ମିଳିଛି । ତେବେ ତାଙ୍କର ଡିମାଣ୍ଡ ଦିନକୁ ଦିନ ବଢୁଥିବାରୁ ତାଙ୍କ ଫିସ ମଧ୍ୟ ବଢାଇଦେଇଛନ୍ତି ଐଶ । ଗୋଟେ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ଦାବି କରିଛନ୍ତିି ।

ସୂଚନା ଅନୁସାରେ ଐଶଙ୍କ ନୂଆ ଫିଲ୍ମ ନାମ ‘ଜୈସ୍ମିନ-ଏକ କିରାଏ କି କୋଖ’ ରହିଛି । ଏହି ଫିଲ୍ମଟି ସରୋଗେସି ମା’ ଉପରେ ଅଧାରିତ । ଯେଉଁଥିରେ ଐଶ୍ୱର୍ଯ୍ୟା ସରୋଗେସି ମା’ରୂପେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି । ଏହି ଫିଲ୍ମର ପ୍ରଯୋଜକ ପ୍ରେରଣା ଅରୋଡା କହିଛନ୍ତି ଯେ ‘ଜୈସ୍ମିନ’ରେ ଐଶ୍ୱର୍ଯ୍ୟା ସରୋଗେସି ମା’ ଭାବେ ଭଲ ଅଭିନୟ କରିପାରିବେ । ଫିଲ୍ମଟି ଗୋଟେ ରିଅଲ କାହାଣୀ ଉପରେ ଅଧାରିତ ହୋଇଛିି ।

ଗୁଜରାଟର ଜଣେ ମହିଳା ନିଜେ ମା’ ହେବାକୁୁ ଚାହୁଁ ନାହିଁ କିନ୍ତୁ ସରୋଗେସି ମା’ ହେବାକୁ ନିଷ୍ପତି ନେଉଛି । ତା’ପରେ ପିଲା ପ୍ରତି ଆକର୍ଷିତ ହୋଇ ପୁଣିଥରେ ସେହି ପିଲାକୁ ପାଇବାକୁ ଚାହୁଁଛି । ଫିଲ୍ମର କାହାଣୀ ଏଭଳି ରହିଛି । ଏହି ଫିଲ୍ମ ପାଇଁ ଐଶ୍ୱଯ୍ୟା ହିଁ ଆମର ପ୍ରଥମ ପସନ୍ଦ । ତେବେ ସେ ଏହି ଫିଲ୍ମ କରିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ ବୋଲି ପ୍ରେରଣା ନିଜର ମନ୍ତବ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More