Only for Entertainment

ସଲମାନ-ଐଶଙ୍କ ୨୦ବର୍ଷ ପୂରୁଣା ଫଟୋ ଭାଇରାଲ, ଫ୍ୟାନ୍ସ କହିଲେ ଦେଶ ଜାଣିବାକୁ ଚାହେଁ କିଏ କଲା ଲିକ୍ !

51

ବଲିଉଡ ଅଭିନେତା ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଥିବା ଲଭଷ୍ଟୋରୀ ସମସ୍ତଙ୍କୁ ଜଣା । ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ୧୯୯୯ରେ ଆସିଥିବା ହମ ଦିଲ ଦେ ଚୁକେ ସନମ ଫିଲ୍ମ ସମୟରେ ଆରମ୍ଭ ହୋଇଥିଲା । କେବଳ ସେତିକି ନୁହେଁ ଫିଲ୍ମ ପରେ ସଲମାନଙ୍କ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରେମ ବିଷୟରେ ଚର୍ଚ୍ଚା ହୋଇଥିଲା । ଏବେ ଏବେ ଦୁହିଁଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ଦୁହେଁ ଏକାସହ ବସିଥିବାର ନଜର ଆସିଛନ୍ତି । ଐଶ୍ୱର୍ଯ୍ୟଙ୍କ ହାତରେ କଫି ମଗ ଅଛି ଏବଂ ସଲମାନ ତାଙ୍କୁ ଚାହିଁଛନ୍ତି । ଏହି ଫଟୋ କେହି ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି – ଦେଶ ଜାଣିବାକୁ ଚାହୁଁଛି ଏହି ଫଟୋ କିଏ ଭାଇରାଲ କରିଛି । ଏଠାରେ ଆମେ କହି ରଖୁଛୁ ପାଖା ପାଖି ୨ବର୍ଷ ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ ଦୁହିଁଙ୍କ ବ୍ରେକଅପ ଖବର ସାମ୍ନାକୁ ଆସିଛି । ଦୁହିଁଙ୍କ ବ୍ରେକଅପ ପରେ ଶୁଣିବାକୁ ମିଳିଥିଲା ଯେ ସଲମାନ ଐଶଙ୍କୁ ପିଟୁଥିଲେ ଏହି କାରଣରୁ ବ୍ରେକଅପ ହୋଇଛି । କିନ୍ତୁ ସାକ୍ଷାତକାରରେ ସଲମାନ ଏସମ୍ପର୍କରେ ଅସ୍ୱୀକାର କରିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସଲମାନ ଖୁବଶୀଘ୍ର ଅଲ୍ଲୀ ଅବାସ ଜଫରଙ୍କ ‘ଭାରତ’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ କ୍ୟାଟରୀନା କୈଫ । ଏହାବ୍ୟତୀତ ସେ ଦବଙ୍ଗ୩ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ ଖୁବଶୀଘ୍ର ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଅଲ୍ଲାହ ସୁଟିଂରେ ବ୍ୟସ୍ତ ଅଛନ୍ତି । ଭଂସାଲୀଙ୍କ ଫିଲ୍ମରେ ତାଙ୍କ ସହ ଆଲିୟା ଭଟ୍ଟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More