Only for Entertainment

ପ୍ରେମର ନୂଆ ପରିଭାଷା ନେଇ ଆସିଛି ନୂଆ ମ୍ୟୁଜିକ ଭିଡିଓ ‘ଅଜଣା ଏ ବାଲି ଘର’, ଦେଖନ୍ତୁ ଭିଡିଓ

you tube
52

ହିଟ ଓଲିଉଡ ଫିଲ୍ମର ଗୀତ ଭିତରେ ଏବେ ଆସିଛି ନୂଆ ମ୍ୟୁଜିକ ଭିଡିଓ ଅଜଣା ଏ ବାଲି ଘର । ରୋମାଟିଂକ ସ୍ୟାଡ ଟ୍ରାକରେ ରହିଛି ନୂଆ ଯୋଡିଙ୍କ ଅଭିନୟ ୟୁଟ୍ୟୁବରେ ରିଲିଜ ପରେ ଶ୍ରୋତାଙ୍କ ଗହଣରେ ବେଶ ଲୋକପ୍ରିୟ ହେଉଛି ମ୍ୟୁଜିକ ଭିଡିଓ ଅଜଣା ଏ ବାଲି ଘର ।

ଏହି ରୋମାଂଟିକ ସ୍ୟାଡ୍ ଟ୍ରାକକୁ ଗାଇଛନ୍ତି ମ୍ୟୁଜିକ ଦୁନିଆର ସାଇନିଂ ସିଙ୍ଗର ଅର୍ପିତା ଚୌଧୁରୀ । ସନ୍ଦୀପ ପଣ୍ଡା ଗୀତର ଉଭୟ ଲିରିକ୍ସ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଳାଇଛନ୍ତି ।ଅବିକ ବାନାର୍ଜୀଙ୍କ ନିର୍ଦ୍ଦେଶିତ ଏହି ମ୍ୟୁଜିକ ଭିଡିଓରେ ରହିଛି ରାଜସ୍ମିତା କର ଓ ସାର୍ ମାଥୁଙ୍କ ଅଭିନୟ । ଡ୍ୟାନ୍ସିଂ କୁଇନ ତଥା ଡିଆଇଡି ୱିନର ରାଜସ୍ମିତା ନିଜର ଡ୍ୟାନ୍ସ କମାଲ ଦେଖାଇବା ପରେ ଏବେ ଅଭିନୟରେ କରୁଛନ୍ତି ଏକ୍ସପେରିମେଂଟ । ଭିଟ୍ୟୁନସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ ଭିଡିଓ ଏବେ ୟୁଟ୍ୟୁବରେ ରିଲିଜ ହୋଇଛି । ନୂଆ ଗୀତକୁ ଶ୍ରୋତା ବେଶ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More