Only for Entertainment

ଟୋଟାଲ ଧମାଲର ପୋଷ୍ଟର ଶେୟାର କଲେ ମାଧୁରୀ ଦିକ୍ଷୀତ ଏବଂ ଅଜୟ ଦେବଗନ ।

ANI
22

ଆଜି ରିଲିଜ ହେବ ଟୋଟାଲ ଧମାଲର ଟ୍ରେଲର । ଫିଲ୍ମର ଷ୍ଟାରକାଷ୍ଟ ଅଜୟ ଦେବଗନ ଏବଂ ମାଧୁରୀ ଦିକ୍ଷୀତ ଗତକାଲି ସୋସିଆଲ ମିଡିଆରେ ଏହାର ପୋଷ୍ଟର ଶେୟାର କରିଛନ୍ତି । ଫିଲ୍ମର ଷ୍ଟାରକାଷ୍ଟମାନେ ଏକ ଜଙ୍ଗଲ ମଧ୍ୟରେ ଥିବାର ଦୃଶ୍ୟ ନଜର ଆସିଛି ।

ଯେଉଁଥିରେ ମାଧୁରୀ କ୍ୟାପ୍ସନରେ ଲେଖିଛନ୍ତିଯେ ଏହିଥର ଧମାଲ ନୁହେଁ, ଡବଲ ଧମାଲ ନୁହେଁ ଟୋଟାଲ ଧମାଲ । ଏହା ସହିତ ଆଜି ଏହାର ଟ୍ରେଲର ରିଲିଜ ହେବ ବୋଲି ମଧ୍ୟ ମାଧୁରୀ ସୂଚନା ଦେଇଛନ୍ତିି ।

ଅଜୟ ଦେବଗନ ମଧ୍ୟ ସେହି ଏକା ପୋଷ୍ଟର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତିଯେ ଆମର ଏହି ୱାଇଲଡ ଆଡଭେଂଟଚରେ ଯୋଗ ଦିଅନ୍ତୁ ।

କହିରଖୁଛୁଯେ ଫିଲ୍ମରେ ଅଜୟ ଦେବଗନ ଏବଂ ମାଧୁରୀ ଦିକ୍ଷୀତଙ୍କ ବ୍ୟତୀତ ଅନିଲ କପୁର, ଅରଶଦ ବାର୍ସୀ, ରିତେଶ ଦେଶମୁଖ, ଜନି ଲିବର, ଜାଭେଦ ଜଫରୀ ଏବଂ ସଂଜୟ ମିଶ୍ର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଟୋଟାଲ ଧମାଲ ଧମାଲ ଫିଲ୍ମର ତୃତୀୟ ସିରିଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More