Only for Entertainment

ଲଭ ରଂଜନଙ୍କ ଆଗାମୀ ଫିଲ୍ମରେ ଅଜୟ ଦେବଗନ-ରଣବୀର କପୁର, ପିତା-ପୁତ୍ର ଭୂମିକାରେ ଆସିପାରନ୍ତି ନଜର !

Upcoming Movies Release Dates
35

‘ପ୍ୟାର କା ପଂଚନାମା’ ସିରିଜ ଏବଂ ‘ସୋନୁ କେ ଟିଟୁ କି ସ୍ୱିଟି’ ପରି ହିଟ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଲଭ ରଂଜନ ଏବେ ବଲିଉଡର ଦୁଇ ସୁପ ଷ୍ଟାରଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ । ଏହି ଦୁଇ ଅଭିନେତା ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଅଜୟ ଦେବଗନ ଏବଂ ରଣବୀର କପୁର । ଖବର ଅନୁସାରେ ଲଭ ରଂଜନଙ୍କ ଏହି ଫିଲ୍ମରେ ଅଜୟ ଦେଗବନ ଏବଂ ରଣବୀର କପୁର ପିତା-ପୁତ୍ର ଭୂମିକାରେ ନଜର ଆସିପାରନ୍ତି ।

pic

ଏହା ପୂର୍ବରୁ ଦୁଇ କଳାକାରଙ୍କୁ ଫିଲ୍ମ ‘ରାଜନୀତି’ରେ ଏକାଠି ଦେଖିବାକୁ ମିଳିଥିଲା । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଲଭ ରଂଜନଙ୍କ ଏହି ଆଗାମୀ ଫିଲ୍ମ ଏକ କମେଡି ଫିଲ୍ମ ହେବ । ଫିଲ୍ମ ବାପା-ପୁଅ ମଦ୍ୟରେ ଜବରଦସ୍ତ କମେଡି ଦେଖିବାକୁ ମିଳିବ । ତେବେ ଫିଲ୍ମ ବିଷୟରେ ଏବେ କୌଣସି ଆନୁଷ୍ଟାନିକ ଭାବେ ଘୋଷଣା କରାଯାଇନାହିଁ । ଦେଖାଯାଉ ଫିଲ୍ମ ବିଷୟରେ କେବେ ଘୋଷଣା ହେଉଛି ।

ଅଜୟ ଦେବଗନ ଏବଂ ରଣବୀର କପୁରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଅଜୟ ଖୁବ ଶୀଘ୍ର କମେଡି ଫିଲ୍ମ ଟୋଟାଲ ଧମାଲରେ ନଜର ଆସିବେ । ଏହା ଏକ ମଲ୍ଟିଷ୍ଟାରର ଫିଲ୍ମ । ସେହିପରି ରଣବୀର ଖୁବ ଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ଆଲିଆ ଭଟ୍ଟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More