Only for Entertainment

ଅଜୟ ଦେବଗନ କଲେ ଖୁଲାସା, କାଜୋଲଙ୍କ ଏହି ଗୁଣ ଯୋଗୁଁ ସେ ଚିଡଚିଡା ହୁଅନ୍ତି !

27

ବଲିଉଡର ସିଂଘମ ଷ୍ଟାର ଅର୍ଥାତ ଅଜୟ ଦେବଗନ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଅଜୟ ଦେବଗନ ଏବେ ନିଜ ଆଗାମୀ ଫିଲ୍ମ ‘ତାନାଜୀ’ରେ କାଜଲଙ୍କ ସହ ନଜର ଆସିବେ । ଯେମିତି ଆପଣ ଜାଣନ୍ତି ଯେ ଅଜୟ ଦେବଗନ ଏବଂ କାଜୋଲ ବଲିଉଡର ସବୁଠାରୁ କ୍ୟୁଟ କପଲଙ୍କ ମଧ୍ୟରୁ ଜଣେ । ଦୁହିଁଙ୍କ ବିବାହକୁ ୨୦ବର୍ଷ ବିତିଗଲେ ସୁଦ୍ଧା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସେମିତି ଆଗଭଳି ଗଭୀର ରହିଛି । ଦୁହେଁ ଦୁହିଁଙ୍କ ଭଲ ମନ୍ଦ ଅଭ୍ୟାସକୁ ସ୍ୱୀକାର କରନ୍ତି । ଅଜୟ ଦେବଗନ ଖୁଲାସା କରିଛନ୍ତି ଯେ କାଜୋଲଙ୍କ କେଉଁ ଗୁଣ ତାଙ୍କୁ ପସନ୍ଦ ନୁହେଁ ।

ଅଜୟଙ୍କୁ କାଜୋଲଙ୍କୁ ଅଧିକ ଗପିବା ପସନ୍ଦ ନୁହେଁ । ସେ ଏହାମଧ୍ୟ କହିଛନ୍ତି ଯେ ଯେତେବେଳେ କାଜୋଲ ଅଧିକ କଥା ହୁଅନ୍ତି ନାହିଁ ତାକୁ ମଧ୍ୟ ସେ ଖୁବ ମିସ୍ କରନ୍ତି । ସେ କହିଛନ୍ତି କାଜୋଲ ସେଟରେ ବହୁତ ଗପନ୍ତି । ଯେତେବେଳେ ତାଙ୍କୁ କାମ ଉପରେ ଫୋକସ୍ କରିବାକୁ କୁହାଯାଏ ସେ ଅନ୍ୟ ବିଷୟରେ ଗପୁଥାଆନ୍ତି । ଯେତେବେଳେ କାଜୋଲଙ୍କୁ ଚୁପ୍ ହେବାକୁ କୁହନ୍ତି ସେ ପୂରା ଚୁପ୍ ହୋଇଯାଆନ୍ତି । ଏହିକାରଣରୁ ସେ କାଜୋଲଙ୍କ ଏହି ଗୁଣ କୁ ପରିବର୍ତ୍ତନ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ଅଜୟ ।

ଅଜୟ ଦେବଗନ କହିଛନ୍ତି କାଜୋଲଙ୍କ ସହ କାମ କରିବାରେ ସବୁବେଳେ ସୁଖଦାୟକ ଅଟେ । ସମସ୍ତଙ୍କୁ ଜଣା ଯେ ସେ ଜଣେ ଖୁବ ଶାନଦାର କଳାକାର ଅଟନ୍ତି । ଅଭିନେତାଙ୍କ ଭଳି ତାଙ୍କ ସହ କାମ କରିବା ଖୁବ ମଜାଦାର ଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More