Only for Entertainment

ଅଜୟ ଦେବଗନ କାଜୋଲଙ୍କ ନମ୍ବର ସୋସିଆଲ ମିଡିଆରେ ଦେବାମାତ୍ରେ କ୍ରେଜି ହେଲେ ଫ୍ୟାନ୍ସ ।

Deccan Chronicle
0 28

ନିକଟରେ ଅଜୟ ଦେବଗନ ପ୍ରାଙ୍କ କରି କାଜୋଲଙ୍କ ନମ୍ବର ସୋସିଆଲ ମିଡିଆରେ ଶେୟାର କଲେ । ଆକ୍ଟରଙ୍କ ଏହି କାମରେ କାଜୋଲ ମଧ୍ୟ ରାଗି ଯାଇଥିବା ଘଟଣା ନଜର ଆସିଛି । ଅନ୍ୟ ପାଶ୍ୱର୍ରେ ଅଜୟଙ୍କ ଏହି ପ୍ରାଙ୍କ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ କ୍ରିଏଟିଭିଟି ଦେଖାଇବା ପାଇଁ ସୁଯୋଗ ଦେଇଛି । ଅଜୟ ପ୍ରାଙ୍କ କରିବା ପରଠାରୁ ଫ୍ୟାନ୍ସଙ୍କ ଅଜବ ରିଆକ୍ସନ ଦେଖିବାକୁ ମିଳିଛି ।

 

 

 

 

 

 

 

ଯେଉଁ ଟ୍ୱିଟରେ ଅଜୟ ଦେବଗନ କାଜୋଲଙ୍କ ନମ୍ବର ଶେୟାର କରିଛନ୍ତି ତାହାକୁ ୪୨୨୬ରୁ ଅଧିକ ଥର ରିଟ୍ୱିଟ କରାଯାଇଛି । ଏହା ଉପରେ କେତେକ ମିମ୍ସ ଏବଂ ଫନି କମେଂଟ ଦେଖିବାକୁ ମିଳିଛି । ପ୍ରାଙ୍କଷ୍ଟର ନାମରେ ଜଣାଶୁଣା ଅଜୟଙ୍କ ଏହି କାର୍ଯ୍ୟକଳାପରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଫନି ରିଆକ୍ସନ ଖୁବ ନଜର ଆସୁଛି ।

 

 

 

 

 

 

ଅଜୟ ଯେଉଁ ଟ୍ୱିଟ କରିଥିଲେ ସେଥିରେ ଲେଖିଥିଲେ କାଜୋଲ ଦେଶରେ ନାହାଁନ୍ତି । ତାଙ୍କୁ ଏହି ନମ୍ବରରେ ଆପଣ ହ୍ୱାଟସଅପରେ କଥା ହୋଇପାରିବେ । କିନ୍ତୁ କିଛି ସମୟ ପରେ ସେ ଅନ୍ୟ ଏକ ଟ୍ୱିଟ କରି ଜଣାଇଲେଯେ ଏହା ପ୍ରାଙ୍କ ଥିଲା । ଏହା ସହିତ ସେ ଲେଖିଛନ୍ତିଯେ ଫିଲ୍ମ ସେଟରେ ପ୍ରାଙ୍କ ଏବଂ ପୁରୁଣା ଫ୍ୟାଶନ ହୋଇସାରିଛି । ତେଣୁ ମୁଁ ଆପଣ ମାନଙ୍କ ପାଇଁ ଏହା ସୋସିଆଲ ମିଡିଆରେ କରିବା ଆରମ୍ଭ କରିଦେଲି ।

ଅଜୟଙ୍କ ଏହି ମଜାକ କାଜୋଲଙ୍କୁ ବିଲକୁଲ ପସନ୍ଦ ଆସିଲା ନାହିଁ,କାଜୋଲ ଟ୍ୱିଟ କରି ଏହି ପ୍ରାଙ୍କରେ ରିଆକ୍ଟ କଲେ । ସେ ଲେଖିଛନ୍ତିଯେ ଜଣାପଡ଼ୁଛି ତୁମ ପ୍ରାଙ୍କୁ ଷ୍ଟୁଡିଓରୁ ବାହାର କରି ଦିଆଯାଇଛି,କିନ୍ତୁ ଏହାଙ୍କୁ ଘରେ ଆଦୌ ପ୍ରବେଶ ନାହିଁ । ଏହା ସହିତ ସେ ରାଗିଥିବା ଏକ ଇମୋଜୀ ଫଟୋ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More