Only for Entertainment

ଏହି ଏୟାରଫୋର୍ସ ଅଫିସର ଭୂମିକାରେ ନଜର ଆସିବେ ବାଜିରାଓ ସିଙ୍ଘମ ।

bollywood tadka
46

ବଲିଉଡରେ ଏବେ ଚାଲିଛି ବାୟୋପିକ ଫିଲ୍ମ । ଏପର୍ଯ୍ୟନ୍ତ କେତେକ ବଡ଼ ବଡ଼ ବ୍ୟକ୍ତିଙ୍କ ଉପରେ ବାୟୋପିକ ନିର୍ମାଣ ହୋଇ ସାରିଲାଣି । ଏବେ ଏହି ଟ୍ରେଣ୍ଡରେ ଯୋଡ଼ି ହୋଇ ଯାଇଛନ୍ତି ଇଣ୍ଡିଆନ ଏୟାରଫୋର୍ସ ଅଫିସର ସ୍କାଣ୍ଡନ ଲିଡର ବିଜୟ କାର୍ଣ୍ଣିକ । ବିଜୟଙ୍କ ବାୟୋପିକରେ ଅଭିନୟ କରିବେ ବଲିଉଡ ଆକ୍ଟର ଅଜୟ ଦେବଗନ । ଫିଲ୍ମର ନାମ ହେବ ‘ଭୂଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ । ଏହି ସୂଚନା ଦେଇଛନ୍ତି ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶ ।

ଫିଲ୍ମରେ ଏକ ବାସ୍ତବ କାହାଣୀର ଯୁଦ୍ଧ ଦର୍ଶାଯିବ । ଯେଉଁଥିରେ ଅଜୟ ଦେବଗନ ସ୍କାଣ୍ଡନ ଲିଡର ବିଜୟ କାର୍ଣ୍ଣିକ ଭୂମିକାରେ ନଜର ଆସିବେ । ବିଜୟ କାର୍ଣ୍ଣିକ ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଭୂଜ ଏୟାରବେସକୁ ଚାଲୁ ରଖିବାର ଦାୟୀତ୍ୱ ନେଇଥିଲେ । ଫିଲ୍ମର ପ୍ରଯୋଜକ ହେଉଛନ୍ତି ଭୂଷଣ କୁମାର । ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ ଦୁଧୈୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More