Only for Entertainment

ଅଜୟ ଦେବଗନଙ୍କ ୧୦୦ ତମ ଫିଲ୍ମ ହେବ ତାନାଜୀ : ଦ ଅନସଙ୍ଗ ୱାରିୟର, ଦୁଇ ମିନିଟରେ ଦେଖନ୍ତୁ ୩୦ ବର୍ଷ ଫିଲ୍ମୀ କ୍ୟାରିଅରର ଝଲକ୍

hindi rush
30

ବଲିଉଡ ଅଭିନେତା ଅଜୟ ଦେବଗନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତିନି ଦଶକ ପୂରା କରିଛନ୍ତି । ଅଜୟ ଫିଲ୍ମ ‘ଫୁଲ ଔର କାଣ୍ଟା’ ଜରିଆରେ ବଲିଉଡରେ ପାଦ ଦେଇଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟର ବେଷ୍ଟ ଡେବ୍ୟୁ ଆକ୍ଟରର ପୁରସ୍କାର ମିଳିଥିଲା । ଇତି ମଧ୍ୟରେ ଅଜୟ ଦେବଗନଙ୍କ ୧୦୦ ତମ ଫିଲ୍ମ ତାନାଜୀ : ଦ ଅନସଙ୍ଗ ୱାରିୟର ଆଗାମୀ ବର୍ଷ ଜାନୁଆରୀରେ ରିଲିଜ ହେବାକୁ ଯାଉଛି ।

ଅଜୟ ଦେବଗନଙ୍କ ପ୍ରଡକ୍ସନ ହାଉସ ‘ଅଜୟ ଦେବଗନ ଫିଲ୍ମସ’ ସେମାବାର ଅଜୟ ଦେବଗନଙ୍କ ୩୦ ବର୍ଷର ଯାତ୍ରାକୁ ୨ ମିନିଟ ଭିଡିଓରେ ସେୟାର କରିଛନ୍ତି । ଏହି ଭିଡିଓରେ ଅଜୟ ଦେବଗନଙ୍କ ୩୦ ବର୍ଷର ଫିଲ୍ମୀ କ୍ୟାରିଅରର ଝଲକ ଦେଖିବାକୁ ମିଳିଛି । ଏହା ସହିତ ଭିଡିଓରେ ତାଙ୍କର ୧୦୦ ତମ ଫିଲ୍ମ ତାନାଜୀର ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି । ଫପିଲ୍ମର ଏହି ପୋଷ୍ଟରରେ ଅଭିନେତା ମୁଣ୍ଡରେ ପଗଡି ଲଗାଇ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି ।

କହିରଖୁଛୁ ଯେ, ତାନାଜୀ : ଦ ଅନସଙ୍ଗ ୱାରିୟର ମରାଠୀ ଯୋଦ୍ଧା ତାନାଜୀ ମାଲସୁରେଙ୍କ ଜୀବନ ଉପରେ ଆଧାରିତ । ସେ ଛତ୍ରପତୀ ଶିବାଜୀ ମହାରାଜଙ୍କ ସେନାପତି ଥିଲେ । ଅଜୟ ଦେବଗନଙ୍କ ପତ୍ନୀ କାଜୋଲ ଏହି ଫିଲ୍ମରେ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଅଜୟ ଏବଂ କାଜୋଲଙ୍କ ବ୍ୟତିତ ସୈଫ ଅଲ୍ଲୀ ଖାନ, ନେହା ଶର୍ମା ଏବଂ ପଙ୍କଜ ତ୍ରୀପାଠୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଓମ ରାଇତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଅଜୟ ଦେବଗନ, ଭୂଷଣ କୁମାର ଏବଂ କୃଷ୍ଣା କୁମାର ଏହାକୁ ମିଳିତ ଭାବେ ନିର୍ମାଣ କରୁଛନ୍ତି । ଫିଲ୍ମ ୧୦ ଜାନୁଆରୀ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More