Only for Entertainment

୮ବର୍ଷ ପରେ ଏକାସାଙ୍ଗେ ନଜର ଆସି ପାରନ୍ତି କାଜୋଲ ଏବଂ ଅଜୟ ।

Bollywood Hungama
0 58

ଅଜୟ ଦେବଗନ ୨୦୧୭ରେ ତାନାଜୀ ଫିଲ୍ମର ଘୋଷଣା କରିଥିଲେ । ଏହାସହ ଏକ ପୋଷ୍ଟର ମଧ୍ୟ ରିଲିଜ କରିଥିଲେ ମାତ୍ର ଏହି ସୁପରଷ୍ଟାର ଅନ୍ୟ ଫିଲ୍ମରେ ବ୍ୟସ୍ତ ରହିଗଲେ । ୨୦୧୮ରେ ରେଡ, ଟୋଟାଲ ଧମାଲ ଏବଂ ଲବ ରଂଜନ ଫିଲ୍ମ ବ୍ୟତୀତ ଅଜୟ ଦେବଗନ ୨୦୨୦ ଡିସେମ୍ବର ପାଇଁ ଏକ ଫିଲ୍ମ ଲକ କରିଛନ୍ତି । ମାତ୍ର ଏହା ମଧ୍ୟରେ ତାନାଜୀ ଫିଲ୍ମର ପ୍ରସ୍ତୁତି ବରାବର ଚାଲିିଛି ।

ଅନୁମାନ ଲଗାଯାଉଛି ଯେ ଫିଲ୍ମର କାଷ୍ଟ ଉପରେ ଜୋରଶୋର କାର୍ଯ୍ୟ ଚାଲିଛି । ଖାସ କଥା ହେଉଛି ଯେ ଏହି ଫିଲ୍ମ ଜରିଆରେ ଅଜୟ ଏବଂ କାଜଲ ଦୁହେଁ ଏକାସାଙ୍ଗେ ୮ବର୍ଷ ପରେ ପରଦାରେ ନଜର ଆସିବାକୁ ପ୍ରସ୍ତୁତି କରୁଛନ୍ତି । ଆଜ୍ଞା ହଁ, ରିପୋର୍ଟ ମୁତାବକ , କାଜୋଲ ଅଜୟ ଦେବଗନଙ୍କ ବହୁପ୍ରତିକ୍ଷିତ ପ୍ରୋଜେକ୍ଟ ତାନାଜୀରେ ଯୋଡି ହେବାକୁ ଯାଉଛନ୍ତି ।

ଯଦିଓ ଏହି ବିଷୟରେ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ । ମାତ୍ର ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦେବଗନ ଫ୍ୟାନ୍ସ ଏହି ଖବର ଶୁଣି ଉତ୍ସାହିତ ହେବେ । ଫିଲ୍ମ ସୁଟିଂ ଚଳିତ ବର୍ଷ ସେପ୍ଟମ୍ବରରେ ଆରମ୍ଭ ହେବାକୁ ଯାଉଛି । ଖୁବ ଶୀଘ୍ର ବାକି କାଷ୍ଟଙ୍କ ନାଁ ଘୋଷଣା କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More