Only for Entertainment

ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷୀତ ଅଜୟ ଦେବଗନଙ୍କ ‘ତାନାଜୀ’ର ଗୀତ, ଗୋଟିଏ ପରଦାରେ ପତି-ପତ୍ନୀ

58

ଅଜୟ ଦେବଗନ ଓ କାଜୋଲ ଷ୍ଟାରର ଫିଲ୍ମ ‘ତାନାଜୀ’ର ଗୀତ ସାମ୍ନାକୁ ଆସିଛି । ଗୀତର ଟାଇଟଲ ରହିଛି ମାୟ ଭବାନୀ । ଏହି ଗୀତରେ କାଜୋଲ ଏବଂ ଅଜୟ ଦେବଗନ ମରାଠୀ ପୋଷାକରେ ନଜର ଆସିଛନ୍ତି । ଏହି ଫିଲ୍ମ ତାନାଜୀଙ୍କ ଜୀବନୀ ଉପରେ ଆଧାରିତ । ସେ ଜଣେ ଶକ୍ତ ଯୋଦ୍ଧା ହେବା ସହିତ ପତି, ପିତା,ଭାଇ ଓ ଏ ପୃଥିବୀର ପୁଅ ଥିଲେ । ଲୋକ ସଂସ୍କୃତି କଥା ଯଦି ଆଲୋଚନା କରିବା ତେବେ ଏହା ମରାଠା ସଂସ୍କୃତିରେ ବେଶ୍ ଭଲ ଭାବରେ ବର୍ଣ୍ଣିତ ।

ଗୀତକୁ ଦେଖିବା ପରେ ମନେ ହେଉଛି ବହୁ ଦିନ ପରେ ଏକ ନିଆରା ଶୈଳୀର ଫିଲ୍ମ ଦେଖିବାର ସୁଯୋଗ ପାଇବେ ଦର୍ଶକ । କାରଣ ଏହିଭଳି ଫିଲ୍ମ ପରଦାକୁ ଖୁବ ଆସେ । ଏହା ମଧ୍ୟରେ କାଜୋଲ ଏବଂ ଅଜୟ ଦେବଗନଙ୍କୁ ପୁଣିଥରେ ଏକା ସାଙ୍ଗରେ ଦେଖିବାର ସ୍ୱପ୍ନ ଦର୍ଶକଙ୍କର ପୂରଣ ହେବ । କାଜୋଲ ଏବଂ ଅଜୟଯେ ଆଗ ଧାଡ଼ିର ଆକ୍ଟର ଏବଂ ସେମାନଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ କେତେ ଛୁଇଁବ ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More