Only for Entertainment

ଅଜୟ ଦେବଗନଙ୍କ ବଡ ଘୋଷଣା : ପୁଣିଥରେ ବଦଳିଲା ଫିଲ୍ମ ‘ତାନାଜୀ’ର ରିଲିଜ ଡେଟ, ଏବେ ଏହି ଦିିନ ହେବ ରିଲିଜ

LatestLY
28

ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ୱାରିୟର’ର ରିଲିଜ ଡେଟ ଘୋଷଣା ହେବା ପର ଠାରୁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ୨୨ ନଭେମ୍ବର ୨୦୧୯ରେ ରିଲିଜ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା କିନ୍ତୁ ଏବେ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇଛି । ଅଭିନେତା ଅଜୟ ଦେବଗନ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।

ଟ୍ୱିଟ କରି ତରଣ ଆଦର୍ଶ ଲେଖିଛନ୍ତି- ଅଜୟ ଦେଗବନଙ୍କ ଫିଲ୍ମ ତାନାଜୀ-ଦ ଅନସଙ୍ଗ ୱାରିୟରକୁ ଏକ ନୂଆ ରିଲିଜ ଡେଟ ମିଳିଛି…୧୦ ଜାନୁଆରୀ ୨୦୨୦ । ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ । ଅଜୟ ଦେବଗନଙ୍କ ଏଡିଏଫଏଲ ଏବଂ ଭୂଷଣ କୁମାରଙ୍କ ଟି-ସିରିଜ ଦ୍ୱାରା ପ୍ରଯୋଜିତ ।

କହିରଖୁଛୁ ଯେ, ଫିଲ୍ମକୁ ମେକର୍ସ ବଡ ବଜେଟର ସହିତ ନିର୍ମାଣ କରୁଛନ୍ତି । ଫିଲ୍ମର ବଜେଟ ପାଖାପାଖି ୧୫୦ କୋଟି ବୋଲି କୁହାଯାଉଛି । ଫିଲ୍ମର ଗ୍ରାଫିକ୍ସରେ ମଧ୍ୟ ମେକର୍ସ ଖୁବ ପଇସା ଖର୍ଚ୍ଚ କରୁଛନ୍ତି । ଅଜୟ ଏହି ଫିଲ୍ମରେ ମରାଠୀ ଯୋଦ୍ଧା ତାନାଜୀ ମାଲସୁରେ ଭୂମିକାରେ ନଜର ଆସିବେ । ତାନାଜୀ ଛତ୍ରପତି ଶିବାଜୀଙ୍କ ନିକଟ ମନ୍ତ୍ରୀ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More