Only for Entertainment

ଝିଅ ନ୍ୟାସାଙ୍କୁ ଟ୍ରୋଲ କରାଯିବାକୁ ନେଇ ଅଜୟ ଦେଲେ ବୟାନ, କହିଲେ, ମୋତେ ନେଇ ରାୟ ଦିଅ ମୋ ଛୁଆଙ୍କୁ ନେଇ ନୁହେଁ

ndtv
28

କିଛି ଦିନ ହେବ ଅଭିନେତା ଅଜୟ ଦେବଗନ ଏବଂ ଆଭିନେତ୍ରୀ କାଜୋଲଙ୍କ ଝିଅ ନ୍ୟାସାଙ୍କୁ ନେଇ ଲୋକେ ସୋସିଆଲ ମିଡିଆରେ ଟ୍ରୋଲ କରୁଥିବାର ଦେଖିବାକୁ ମିଳିଛି । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଅଜୟ ଦେବଗନ କହିଛନ୍ତି ସୋସିଆଲ ମିଡିଆ ୟୁଜର ତାଙ୍କ ଛୁଆଙ୍କୁ ନେଇ ରାୟ ଦେବା ଉଚିତ ନୁହେଁ । ଅଜୟ କହିଛନ୍ତି, ‘ମୋତେ ନେଇ ରାୟ ଦିଅ ହେଲେ ମୋ ଛୁଆଙ୍କୁ ନେଇ ନୁହେଁ । କାଜୋଲ ଏବଂ ମୁଁ କଳାକାର, ଆମକୁ ଜଜ କର .. ଆମ କାରଣରୁ ଆମ ଛୁଆ ସବୁବେଳ ଚର୍ଚ୍ଚାରେ ରହିଛନ୍ତି ।’

ଅଜୟ ଏହା ମଧ୍ୟ କହିଛନ୍ତି ଯେ , କାହାକୁ ନେଇ ରାୟ ଦେବା ଠିକ ନୁହେଁ । ଯଦି ମୁଁ କାହା ଉପରେ ରାୟ ଦେବା ଆରମ୍ଭ କରିବି ତ ସେହି ବ୍ୟକ୍ତି ଖରାପ ନିଶ୍ଚିତ ଭାବିବେ । ତ ମୋ ଛୁଆ ବି ଖରାପ ଭାବିବା ସ୍ୱଭାବିକ । ଟୋଟାଲ ଧମାଲ ପ୍ରମୋଶନରେ ଦିଲ୍ଲୀ ଯାଇଥିବା ବେଳେ ଅଜୟ କହିଥିଲେ ଯେ, ବେଳେ ବେଳ ବହୁତ ଖରାପ ଲାଗିଥାଏ ଯେତେବେଳେ ମୋ ଛୁଆ ମାନଙ୍କୁ ଟ୍ରୋଲ କରାଯାଏ ।

ୱାର୍କ ଫିଟ ବିଷୟରେ କହିବାକୁ ଗଲେ ଅଜୟ ଦେବଗନ ଫିଲ୍ମ ଟୋଟାଲ ଧମାଲକୁ ନେଇ ଏବେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ଫିଲ୍ମ ତାନାଜୀରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More