Only for Entertainment

ଆରମ୍ଭ ହେଲା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୂଜ : ଦ ପ୍ରାଇଡ ଅଫ ଇଣ୍ଡିଆ’ର ସୁଟିଂ, ସଂଜୁ ବାବା ଦେବେ ପ୍ରଥମ ସଟ୍

espicyfilms
39

ବଲିଉଡରେ ଏବେ ଅନେକ ୱାର ଫିଲ୍ମ ନର୍ମାଣ ହେବାରେ ଲାଗିଛି ଏବଂ ଫିଲ୍ମ ଗୁଡିକ ଦର୍ଶକଙ୍କୁ ଖବ ପସନ୍ଦ ଆସିବାରେ ଲାଗିଛି । ଏହି ଫିଲ୍ମ  ଲିଷ୍ଟରେ ଅଜୟ ଦେବଗନ ଏବଂ ସଂଜୟ ଦତ୍ତଙ୍କ ଫିଲ୍ମ ‘ଭୂଜ : ଦ ପ୍ରାଇଡ ଅଫ ଇଣ୍ଡିଆ’ର ନାମ ମଧ୍ୟ ସାମିଲ ରହିଛି । ଏହି ଫିଲ୍ମର ସୁଟିଂ ଆଜି ଠାରୁ ହାଇଦ୍ରାବାଦରେ ଆରମ୍ଭ ହୋଇଛି ।

ଜଣାଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ତରଣ ଆଦର୍ଶ ଫିଲ୍ମ ସେଟର ଏକ ଫଟୋ ସେୟାର କରି ଲେଖିଥିଲେ, ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ର ସୁଟିଂ ଆଜି ଠାରୁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହୋଇଛି । ଫିଲ୍ମରେ ଅଜୟ ଦେବଗନ, ସଂଜୟ ଦତ୍ତ, ରାଣା ଦଗୁବତି, ସୋନାକ୍ଷୀ ସିହ୍ନା, ପରିଣୀତି ଚୋପ୍ରା ଏବଂ ଏମି ୱିର୍କ ପରି କଳାକାର ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭିଷେକ ।

ଫିଲ୍ମ ‘ଭୂଜ: ଦ ପ୍ରାଇଡ ଅଫ  ଇଣ୍ଡିଆ’ ଭାରତ-ପାକିସ୍ତାନ ଯୁଦ୍ଧରେ ଏପରି ବୀରଙ୍କ କାହଣୀ ଦର୍ଶାଇବାକୁ ଯାଉଛି ଯେଉଁମନେ ଏହି ଯୁଦ୍ଧରେ ଦେଶର ମାନ ସମ୍ମାନ ରକ୍ଷା କରିବାରେ ବଡ ଯୋଗଦାନ ଦେଇଛନ୍ତି । ଫିଲ୍ମରେ କେବଳ  ସୈନିକମାନଙ୍କ କାହଣୀ ନୁହେଁ ବରଂ ସାଧାରଣ ଭାରତୀୟଙ୍କ ସାହାସକୁ ମଧ୍ୟ ଦର୍ଶାଯିବ । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସୈନିକଙ୍କୁ ସାହାଯ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More