Only for Entertainment

ନିରଜ ପାଣ୍ଡେଙ୍କ ଆଗାମୀ ଫିଲ୍ମରେ ଚାଣକ୍ୟଙ୍କ ଭୂମିକାରେ ନଜର ଆସିବେ ଅଜୟ ଦେବଗନ ।

zee news
0 36

ବଲିଉଡ ଅଭିନେତା ଅଜୟ ଦେବଗନ କିଛି ସମୟ ପୂର୍ବରୁ ନିଜର ଆଗାମୀ ପ୍ରୋଜେକ୍ଟ ‘ଚାଣକ୍ୟ’ ବିଷୟରେ ଘୋଷଣା କରିଛନ୍ତି । ଅଜୟଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ହେବେ ନିରଜ ପାଣ୍ଡେ । ଅଜୟ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ଟୁଇଟ କରି ଲେଖିଛନ୍ତି ‘ଚାଣକ୍ୟ’ ଭାରତ ଇତିହାସର ମହାନ ଚିନ୍ତକଙ୍କ କାହାଣୀ । ଏହି ଫିଲ୍ମ ଚାଣକ୍ୟଙ୍କ ପରି ଜଣେ ରାଜନୈତିକ ଚିନ୍ତକ, ଦାର୍ଶନିକ ଏବଂ ରାଜନୈତିକ ଉପଦେଷ୍ଟାଙ୍କ ଜୀବନ ଏବଂ ତାଙ୍କ ଶିକ୍ଷା ଉପରେ ଆଧାରିତ ହେବ । ’

ଫିଲ୍ମକୁ ନେଇ ଅଜୟ କହିଛନ୍ତି ମୁଁ ଚାଣକ୍ୟଙ୍କ ଭୂମିକାକୁ ନେଇ ଖୁବ ଉତ୍ସାହିତ ଅଛି । ଏହା ସହିତ ସେ କହିଛନ୍ତି ମୁଁ ନିରଜ ପାଣ୍ଡେଙ୍କ କାମକୁ ଖୁବ ନିକଟରୁ ଦେଖିଛି ଏବଂ ମୁଁ ଜାଣିଛି ସେ ଏହି ଫିଲ୍ମକୁ ସଠିକ ଭାବେ ତୁଲାଇବେ ।

କହିରଖୁଛୁ ଯେ ନିରଜ ପାଣ୍ଡେ ଏହା ପୂର୍ବରୁ ‘ସ୍ପେଶାଲ ୨୬’, ‘ବେବି’, ‘ରୁସ୍ତମ’ ପରି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସବୁ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ମଧ୍ୟ ହୋଇଥିଲା । ଆଶା କରାଯାଉଛି ନିରଜଙ୍କ ଏହି ଆଗାମୀ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ସେହିପରି ଅଜୟଙ୍କ ବିଷୟରେ କହିବାକୁ ଗଲେ ସେ ଏହି ଫିଲ୍ମ ବ୍ୟତିତ ରଣବୀର କପୁରଙ୍କ ସହିକ ଲଭ ରଂଜନଙ୍କ ଆଗାମୀ ଫିଲ୍ମରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More