Only for Entertainment

ଏହି କମେଡି ଫିଲ୍ମ ପାଇଁ ଅଜୟ ଦେବଗନ ଏବଂ ରାଜକୁମାର ରାଓ ମିଳାଇଲେ ହାତ, ନୁସରତ ଭରୁଚା ମଧ୍ୟ ଆସିବେ ନଜର ।

The Indian Express
0 44

ଅଭିନେତା ରାଜକୁମାର ରାଓ ଏବଂ ଅଜୟ ଦେବଗନ ନିର୍ଦ୍ଦେଶକ ହଂସଲ ମେହତାଙ୍କ ନୂଆ ଫିଲ୍ମ ପାଇଁ ହାତ ମିଳାଇଥିବା ଖବର ସାମ୍ନାକୁ ଆସିଛି । ନିକଟରେ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଟରଣଙ୍କ ଟ୍ୱିଟ ଅନୁସାରେ ବଲିଉଡ ଅଭିନେତା ଅଜୟ ଦେବଗନ ନିର୍ଦ୍ଦେଶକ ହଂସଲ ମେହତାଙ୍କ ନୂଆ ଫିଲ୍ମ ‘ତୁର୍ରମ ଖାନ’କୁ ପ୍ରଡ୍ୟୁସ କରିବେ ।

ତରଣ ନିଜ ଟ୍ୱିଟରେ କହିଛନ୍ତି, ରାଜକୁମାର ରାଓ ଏବଂ ନୁସରତ ଭରୁଚା ‘ତୁର୍ରମ ଖାନ’ ପାଇଁ ଏକା ସହିତ ନଜର ଆସୁଛନ୍ତି । ଏହି ସୋସିଆଲ କମେଡି ଫିଲ୍ମର ନିର୍ଦ୍ଦେଶନା ଦେବେ ହଂସଲ ମେହତା । ଫିଲ୍ମର କାହାଣୀ ଉତ୍ତର ପ୍ରଦେଶରେ ଛୋଟ ସହର ଉପରେ ଆଧାରିତ ହେବ । ଫିଲ୍ମ ‘ତୁର୍ରମ ଖାନ’କୁ ଅଜୟ ଦେବଗନ, ଲଭ ରଂଜନ ଏବଂ ଅଙ୍କିତା ଗର୍ଗ ମିଳିତ ଭାବେ ପ୍ରଡ୍ୟୁସ କରିବେ ।


କହିରଖୁଛୁ ଯେ ରାଜକୁମାର ରାଓ ଏବଂ ନୁସରତ ଭରୁଚା ଫିଲ୍ମ ଲଭ ସେକ୍ସ ଆଣ୍ଡ ଧୋକା ପରେ ପୁଣିଥରେ ସ୍କ୍ରିନ ସେୟାର କରିବେ । ୨୦୧୮ ଏହି ଦୁଇ ଷ୍ଟାରଙ୍କ ପାଇଁ ଖୁବ ଭଲ ରହିଛି । ନୁସରତ ବର୍ଷ ଆରମ୍ଭରୁ ‘ସୋନୁ କି ଟିଟୁ କି ସ୍ୱିଟି’ ପରି ହିଟ ଫିଲ୍ମ ଦେଇଥିବା ବେଳେ ରାଜକୁମାର ରାଓଙ୍କ ‘ସ୍ତ୍ରୀ’ ବକ୍ସ ଅଫିସରେ ଏବେ ବି ଛାଇ ରହିଛି । ତେବେ ଏହି ଯୋଡି ଆଗକୁ କ’ଣ କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More