Only for Entertainment

ପୁଣି ବଡ ପରଦାରେ ପତ୍ନୀ କାଜୋଲଙ୍କ ସହିତ ନଜର ଆସିପାରନ୍ତି ଅଜୟ, ଦେଲେ ଏହି ବୟାନ

Bollyworm
0 62

ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରେଡ’ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଜୟ ଦେବଗନ । ଫିଲ୍ମଟି ଆଜି ରିଲିଜ ହୋଇଥିବା ବେଳେ ଏହି ଫିଲ୍ମକୁ ୨୦୧୮ର ସବୁଠାରୁ ବଡ ରିଲିଜ ବୋଲି କୁହାଯାଉଛି । ନିକଟରେ ଅଜୟ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଗୋଟିଏ ସର୍ତ୍ତରେ ପତ୍ନୀ କାଜୋଲଙ୍କ ସହିତ ଫିଲ୍ମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଅଜୟ କହିଛନ୍ତି ଭଲ ସ୍କ୍ରିପ୍ଟ ମିଳିଲେ ସେ କାଜୋଲଙ୍କ ସହିତ ପୁଣି ଥରେ ଅଭିନୟ କରିବେ ।

ଅଜୟ କହିଛନ୍ତି ଯେ କାଜୋଲଙ୍କ ସହିତ କାମ କରିବା ପାଇଁ ଭଲ ପଟ୍ଟକଥାର ଆବଶ୍ୟକତା ଅଛି । ଯେବେ ଭଲ ସ୍କ୍ରିପ୍ଟ ମିଳିବେ ଆମେ ଫିଲ୍ମରେ ନଜର ଆସିବୁ । କଜୋଲ ଏହା ପୂର୍ବରୁ ଅଜୟଙ୍କ ସହିତ ଇଶ୍କ , ରାଜୁ ଚାଚା, ପ୍ୟାର ତେ ହୋନା ହି ଥାରେ କାମ କରିଛନ୍ତି ।

family

ସେହିପରି କାମ ଏବଂ ବ୍ୟତିଗତ ଜୀବନକୁ ନେଇ ଅଜୟ କହିଛନ୍ତି, ‘ମୁଁ କାମ ଏବଂ ପରିବାରକୁ ଖୁବ ଭଲ ଭାବେ ସନ୍ତୁଳିତ କରି ରଖେ । ପିଲାମାନଙ୍କ ସହିତ ବହୁତ ସମୟ ବିତାଇଥାଏ । ବେଳେବେଳେ କାମରେ ବ୍ୟସ୍ତ ରହିଯାଇଥାଏ କିନ୍ତୁ ଚେଷ୍ଟାକରେ ପିଲାମାନଙ୍କୁ ସମୟ ଦେବା ପାଇଁ । ଏବଂ ମୁଁ ଆଠ ଘଣ୍ଟାରୁ ଅଧିକ କାମ କରେ ନାହିଁ ଏବଂ ପରିବାର ପାଇଁ ରବିବାର ଛୁଟି ନେଇ ଥାଏ । ’

ଉଲ୍ଲେଖଯୋଗ୍ୟ ଅଜୟ ୧୯୯୯ରେ କାଜୋଲଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଝିଅ ନ୍ୟାସା(୧୫) ଏବଂ ପୁଅ ୟୁଗ (୮) ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More