Only for Entertainment

ଅମିତାଭ ବଚ୍ଚନ ଷ୍ଟାରର ଫିଲ୍ମ ‘PINK’ର ହେବ ତାମିଲରେ ରିମେକ, ମୁଖ୍ୟ ଭୂମିକାରେ ନଜର ଆସିବେ ଏହି କଳାକାର !

india
34

ବଲିଉଡ ଫେମସ ନିର୍ଦ୍ଦେଶକ ବୋନି କପୂର ଫିଲ୍ମ ତାପସୀ ପନ୍ନୁ ଏବଂ ଅମିତାଭ ବଚ୍ଚନ ଷ୍ଟାରର ଫିଲ୍ମ ‘ପିଙ୍କ’ର ତାମିଲ ରିମେକ ହେବା ପାଇଁ ଯାଉଛି । ଏହି ଫିଲ୍ମରେ ଅଜିତ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ । କିନ୍ତୁ ଫିଲ୍ମର ଟାଇଟଲ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘୋଷଣା ଏକ ଅଧିକାରୀକ ବୟାନ ମାଧ୍ୟମରେ କରାଯାଇଛି ।

 

View this post on Instagram

 

#thala #ajithkumar #tamilmovie #indian #indiancinema #tamilactor #ajith #tamilcinemanewslove

A post shared by Ajith Kumar (@thala_official) on


ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଚାହୁଥିଲେ ଯେ ଅଜିତ ତାଙ୍କ ସ୍ୱାମୀଙ୍କ ଫିଲ୍ମରେ କାମ କରନ୍ତୁ ବୋଲି । ବୋନି କପୂର ଅଜିତଙ୍କ ସହ ‘ଇଂଲିଶ ବିଙ୍ଗଲିଶ’ରେ କାମ କରିବା ପରେ ଶ୍ରୀଦେବୀ ନିଜର ଏହି ଇଚ୍ଛା ଜାହିର କରିଥିଲେ । ଏହିକାରଣରୁ ଅଜିତ ତାମିଲରେ ପିଙ୍କ ଫିଲ୍ମ ପାଇଁ ପ୍ରସ୍ତାବ ଦେଇଥିଲେ । ଦିବଙ୍ଗତ ଅଭିନେତ୍ରୀ ଏହା ଶୁଣି ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଯାଇଥିଲେ, କାରଣ ସେ ଭାବୁଥିଲେ ଯେ ‘ପିଙ୍କ’ ଫିଲ୍ମ ଏଥିପାଇଁ ଉପଯୁକ୍ତ ରହିବ । ଅଜିତ ଏହି ଫିଲ୍ମ ପ୍ରସ୍ତୁତ କରିବା ଲାଗି ସମସ୍ତ ଜରୁରୀ ଏଲିମେଂଟସ ସାମିଲ କରିବେ ।


‘ଇଂଲିଶ ବିଙ୍ଗଲିଶ’ର ତାମିଲ ସଂସ୍କରଣରେ ଅଜିତ ଗେଷ୍ଟ ରୋଲ ତୁଲାଇବେ । ଏହି ଫିଲ୍ମ ଜରିଆରେ ବୋନି କପୂର ତାମିଲ ଫିଲ୍ମରେ ପାଦ ରଖିବା ଲାଗି ଯାଉଛନ୍ତି । ଅଜିତ ଏବେ ନିଜର ଆଗାମୀ ତାମିଲ ଫିଲ୍ମ ‘ବିଶ୍ୱାସମ’ରିଲିଜ ଅପେକ୍ଷାରେ ଅଛନ୍ତି । ଏହା ଶିବାଙ୍କ ଦ୍ୱାରା ନିର୍ଦ୍ଦେଶନା କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More