Only for Entertainment

ଚାଣକ୍ୟରେ ଡବଲ ରୋଲରେ ନଜର ଆସିବେ ଅଜୟ ।

Hindustan Times
0 32

ଅଭିନେତା ଅଜୟ ଦେବଗନ ଫିଲ୍ମ ‘ଚାଣକ୍ୟ’ରେ ନଜର ଆସିବେ ବୋଲି ଆମେ ପୂର୍ବରୁ ଆପଣଙ୍କୁ ସୂଚନା ଦେଇଥିଲୁ । ଏବେ ଏହି ଫିଲ୍ମକୁ ନେଉ କେ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଅଜୟ ଫିଲ୍ମରେ ଡବଲ ରୋଲରେ ନଜର ଆସିବେ । ଭାରତର ମହାନ ବ୍ୟକ୍ତି ଦାର୍ଶନିକ, ବିଚାରକ, ଅର୍ଥନୀତିଜ୍ଞ ଓ ରାଜନୀତିଜ୍ଞ ଚାଣକ୍ୟଙ୍କର ଜୀବନ କାହାଣୀ ଉପରେ ଫିଲ୍ମ ତିଆରି କରିବେ ନିର୍ଦ୍ଦେଶକ ନୀରଜ ପାଣ୍ଡେ ।

ପୂର୍ବରୁ ଏଥିରେ ଅଭିନୟ ପାଇଁ ଅଜୟ ଫାଇନାଲ ହୋଇଥିଲେ ମଧ୍ୟ ଏବେ ଏହି ଫିଲ୍ମରେ ଡବଲ ରୋଲ କରିବେ ବୋଲି ଜଣା ପଡିଛି । ଫିଲ୍ମର ସୁଟିଂ ଏହି ବର୍ଷ ହୋଇ ଆସନ୍ତା ବର୍ଷ ରିଲିଜ କରିବାକୁ ଆଶା ରଖିଛନ୍ତି ନିର୍ମାଣ କାରୀ ସଂସ୍ଥା । ଏହାର ନିର୍ଦ୍ଦେଶନା ଭାର ନୀରଜ ପାଣ୍ଡେ ସମ୍ଭାଳିବେ ।

ପୂର୍ବରୁ ଫିଲ୍ମ ସ୍ପେସିଆଲ ୨୬, ବେବି, ଏମ୍‍ଏସ୍‍ ଧୋନି ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇ ସଫଳ ହୋଇପାରିଛି ସେ । ଏହି ନୂଆ ଫିଲ୍ମର ଟାଇଟଲ ରଖାଯାଇଛି ଚାଣକ୍ୟ । ଏପଟେ ଅଜୟ ସାହିଦ ଅବଦୁଲ ରହିମଙ୍କ ଜୀବନୀ କାହାଣୀ ଉପରେ ଆଧାରିତ ହେବାକୁ ଯାଉଥିବା ବାୟୋପିକରେ ଅଭିନୟ କରିବେ । ସେ ଏଥିରେ ଫୁଟବଲ କୋଚ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More