Only for Entertainment

ଖୁବ ଶୀଘ୍ର ପିତା ହେବେ ଅଜୟ ଦେଗବନ !

google
98

ଆଜ୍ଞା, ଆଶ୍ଚର୍ଯ୍ୟ ହୋଇଗଲେ କି ? ରିଅଲ ଲାଇଫ ନୁହେଁ ବରଂ ଅଜୟ ଦେବଗନ ରିଲ ଲାଇଫରେ ପିତା ହେବାକୁ ଯାଉଛନ୍ତି । ବଲିଉଡରେ ବୟସ୍କ ଚରିତ୍ରରେ ଅଭିନୟ ପାଇଁ କେହି ଆଗଭର ହୋଇନଥାନ୍ତି । କିନ୍ତୁ ଅଜୟ ଦେବ୍‍ଗନଙ୍କ କଥା ଟିକିଏ ଅଲଗା । ନିଜ ବୟସ ମୁତାବକ ଚରିତ୍ରରେ ଅଭିନୟ କରିବାରେ ବିଶ୍ୱାସ ରଖନ୍ତି ଅଜୟ । କମ୍‍ ବୟସର ଚରିତ୍ରରେ ଅଭିନୟ କରିବାକୁ ସେ ପସନ୍ଦ କରନ୍ତି ନାହିଁ । ଚଳିତ ବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ଦେ ଦେ ପ୍ୟାର୍‍ ଦେ’ରେ ସେ ଜଣେ ୫୦ ବର୍ଷର ବିବାହିତ ପୁରୁଷର ଅଭିନୟ କରି ଖୁବ୍‍ ଚର୍ଚ୍ଚା ସାଉଁଟିଥିଲେ ।

ସୂତ୍ରରୁ ଜଣାପଡିଛି ଯେ, ତାଙ୍କର ଆଗାମୀ ଦୁଇଟି ଚଳଚ୍ଚିତ୍ରରେ ମଧ୍ୟ ସେ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ଦେଖା ଦେବେ । ଲବ୍‍ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଅଜୟ ରଣବୀର ସିଂଙ୍କ ପିତାଙ୍କ ସମ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସି । ପୂର୍ବରୁ ଦୁହେଁ ରାଜନୀତିରେ ଏକାଠି କାମ କରିସାରିଛନ୍ତି । ଦୀର୍ଘ ୮ବର୍ଷ ପରେ ପୁଣି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ।

ଏହା ବ୍ୟତୀତ ବର୍ତ୍ତମାନ ସେ ଏସ୍‍ଏସ୍‍ ରାଜାମୌଲିଙ୍କ ଚର୍ଚ୍ଚିତ ଫିଲ୍ମ ‘ଆର୍‍ଆର୍‍ଆର୍‍’ରେ ମଧ୍ୟ ଅଭିନେତା ରାମଚରଣ ତେଜାଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଏସମ୍ପର୍କରେ ରାଜାମୌଳୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଯଦି ଏପରି ହୁଏ ତେବେ ଅଜୟ ଦେବଗନ୍‍ ତିନୋଟି ଫିଲ୍ମରେ ପିତାଙ୍କ ଭୂମିକା ନିଭାଇବାକୁ ଯାଉଛନ୍ତି । ବର୍ତ୍ତମାନ ଅଜୟଙ୍କ ହାତରେ ‘ଭୁଜ୍‍: ଦି ପ୍ରାଇଡ୍‍ ଅଫ୍‍ ଇଣ୍ଡିଆ’, ‘ଆର୍‍ଆର୍‍ଆର୍‍’, ତାଣାଜୀ, ତୁରମ୍‍ ଖାଁ, ଚାଣକ୍ୟ ଏବଂ ଅବ୍‍ଦୁଲ୍‍ ରହୀମ୍‍ଙ୍କ ବାୟୋପିକ୍‍ ଭଳି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More