ମ୍ୟୁଜିକ ଭିଡିଓରେ ଡେବ୍ୟୁ କଲେ ଅଭିନେତା ଅକ୍ଷୟ କୁମାର । ପ୍ରଥମ ଥର ପାଇଁ କୌଣସି ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି ଖିଲାଡି କୁମାର । ତେବେ ଏହି ଗୀତର ଟିଜରକୁ ଅକ୍ଷୟ ଏବଂ ନୁପୁର ନିଜ ସୋସିଆଲ ଅକାଉଂଟରେ ଶେୟାର କରିଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଭିଡିଓ ରିଲିଜ ହେଉ ହେଉ ଏହା ଖୁବମାତ୍ରାରେ ଦେଖାଯାଉଛି । ଏହି ଗୀତରେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ବି ପ୍ରାକ୍ । ଲିରିକ୍ସ ଏବଂ କମ୍ପୋଜ ଦାୟିତ୍ୱରେ ଅଛନ୍ତି ଜାନୀ । ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଅରବିନ୍ଦ ଖୈରା ।ଏହି ପଂଜାବୀ ମ୍ୟୁଜିକ ଭିଡିଓ ଟାଇଟେଲ ‘ଫିଲହାଲ’ ରହିଥିବାବେଳେ ତାଙ୍କ ବିପକ୍ଷରେ ରହିଛି ନୁପୁର ସାନନଙ୍କ ଅଭିନୟ । ନୁପୁର ହେଉଛନ୍ତି ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ । ଉଭୟ ଅକ୍ଷୟ ଓ ନୁପୁର ଏହି ଭିଡିଓକୁ ଇନଷ୍ଟାଗ୍ରାମ ପେଜରେ ସେୟାର କରି ଖୁସି ପ୍ରକାଶ କରିଛନ୍ତି ।
I often hear people say, nowadays songs lack melody. I hope #FILHALL changes that. Sharing the teaser of my FIRST MUSIC VIDEO! https://t.co/qDMwFJJx8i
Full song releasing on 9th Nov.#FilhallTeaser @NupurSanon @bpraak @yourjaani #ArvindrKhaira @DesiMelodies #CapeOfGoodFilms
— Akshay Kumar (@akshaykumar) November 6, 2019
ତେବେ ଏଠାରେ ଆମେ କହି ରଖୁଛୁ ଯେ ବିଶେଷ ସୂତ୍ରରୁ ପ୍ରକାଶ ଖୁବଶୀଘ୍ର ସୁଶାନ୍ତ ସିଂ ରାଜପୁତ ନିଜ ଆଗାମୀ ଫିଲ୍ମରେ ଏକ୍ସ-ଗର୍ଲଫ୍ରେଣ୍ଡ କୃତି ସାନନଙ୍କ ଭଉଣୀ ନୁପୁରଙ୍କ ସହ ନଜର ଆସିବେ । ଶୁଣିବାକୁ ମିଳିଛି ଯେ ନିକଟରେ ଦୁହେଁ କୌଣସି ଏକ ଫିଲ୍ମ ପାଇଁ ଚର୍ଚ୍ଚା କରିବାକୁ ସାଜିଦ ନଡିୟାଡବାଲାଙ୍କୁ ଭେଟିଛନ୍ତି । ଖୁବଶୀଘ୍ର ଦୁହେଁ ଏକାଠି ସ୍କ୍ରିନ ଶେୟାର କରିପାରନ୍ତି ମାତ୍ର ଏହାର ଅଫିସିଆଲ ଘୋଷଣା ଏବେ ପର୍ଯ୍ୟନ୍ତ ହୋଇନାହିଁ ।