Only for Entertainment

ଆଜି ଅକ୍ଷୟ ତୃତୀୟା, ଫୋନି ବାତ୍ୟା କାରଣରୁ ନିରାଡ଼ମ୍ବରରେ ପାଳନ ହେବ ନୀତି !

31

କୂଳ କରିବ ଚାଷୀ । ଅକ୍ଷୟ ତୃତୀୟା ଏକ ପବିତ୍ର ଦିନ ହୋଇଥିବାରୁ ଅନେକ ନୂଆ କାମର ଶୁଭାରମ୍ଭ ଆଜି କରାଯାଇଥାଏ । ଶାସ୍ତ୍ର କହୁଛି, ଅକ୍ଷୟ ତୃତୀୟା ଦିନ ସତ୍ୟଯୁଗର ଆରମ୍ଭ ହୋଇଥିଲା । ଦେବତା ଓ ମୁନିଋଷି ମାନେ ହିଁ ପ୍ରଥମେ ଧରାବକ୍ଷରେ ଧାନ ବିହନ ବୁଣିଥିଲେ । ଫଳରେ ଆଜି ଚାଷୀ ତା କ୍ଷେତରେ ଅଖିମୁଠି ଅନୁକୁଳ କରିଥାଏ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଛାମୁଣ୍ଡିଆ ବନ୍ଧାଯାଇଛି। କିନ୍ତୁ ବାତ୍ୟାରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହା ନିରାଡମ୍ବର ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏ ନେଇ ବର୍ଷତମାମ୍ ନରେନ୍ଦ୍ରରେ ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସୁସଜ୍ଜିତ କରାଯାଇଛି। ୨୧ ଦିନ ଧରି ନରେନ୍ଦ୍ରରେ ମହାପ୍ରଭୁ ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚାପ ଖେଳ ହେବ। ସୂଚନାଯୋଗ୍ୟ, ଏ ଭିତରେ ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ ରଥଖଳାରେ ପହଞ୍ଚି ସାରିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More