Only for Entertainment

ଅମୀର ଖାନଙ୍କ ବ୍ଲକବଷ୍ଟର ଫିଲ୍ମରେ ଅକ୍ଷୟ ଦେଇଥିଲେ ସାଇଡ ରୋଲ ପାଇଁ ଅଡ଼ିସନ,ତୁରନ୍ତ କରିଥିଲେ ବାହାର ।

youtube
0 48

ଗତ କିଛି ଦିନ ହେବ ଫୋର୍ବସ ମାଗାଜିନ ଏକ ଲିଷ୍ଟ ଜାରି କରିଥିଲା,ଯେଉଁଥିରେ ଅକ୍ଷୟ କୁମାରଙ୍କ ନାମ ଅଧିକ ଇନକମ କରୁଥିବା ଆକ୍ଟର୍ସଙ୍କ ମଧ୍ୟରେ ରହିଥିଲା । ଏହି ମାମଲାରେ ଅକ୍ଷୟ କୁମାର ୩ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଅକ୍ଷୟ କୁମାର ଗୋଟିଏ ବର୍ଷରେ ୩ରୁ ୪ଟି ହିଟ ଫିଲ୍ମ ଦେବା ଆକ୍ଟର ଭାବରେ ଜଣାଶୁଣା । ଏହି ବର୍ଷ ମଧ୍ୟ ଅକ୍ଷୟଙ୍କର ୩ଟି ଫିଲ୍ମ ଆସୁଛି । କିନ୍ତୁ ଦିନ ଥିଲା ତାଙ୍କୁ ସାଇଡ ରୋଲ ପାଇଁ ରିଜେକ୍ଟ କରାଯାଇଥିଲା ।

୧୯୯୨ରେ ଅମୀର ଖାନଙ୍କ ଫିଲ୍ମ ଜୋ ଜିତା ୱହି ସିକନ୍ଦର ଆସିଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର ସାଇଡ ରୋଲ ପାଇଁ ଅଡ଼ିସନ ଦେଇଥିଲେ । ନିର୍ମାତାଙ୍କୁ ତାହା ପସନ୍ଦ ଆସିନଥିଲା । ତେଣୁ ସେ ଦୀପକ ତିଜୋରୀଙ୍କୁ ଏହି ରୋଲ ଦେଇଥିଲେ । ଅକ୍ଷୟ ଏକ ଇଂଟରଭ୍ୟୁରେ ନିଜେ ଏହି କଥା କହିଥିଲେ । ଅକ୍ଷୟ କୁମାର ନିଜ ୨୭ ବର୍ଷ କ୍ୟାରିଅର ମଧ୍ୟରେ ଅମୀର ଖାନଙ୍କ ସହିତ କେବେ ମଧ୍ୟ କାମ କରିନାହାଁନ୍ତି । ଏବେ ଇଂଷ୍ଟାଗ୍ରାମରେ ତାଙ୍କ ୨ କୋଟି ଫଲୋର୍ସ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More