Only for Entertainment

ବରୁଣଙ୍କ ସୁଇ-ଧାଗା ଚ୍ୟାଲେଞ୍ଜରେ ଫେଲ ହେଲେ ଅକ୍ଷୟ କୁମାର, ସେୟାର କଲେ ଭିଡିଓ ।

aajtak
0 31

ବରୁଣ ଧୱନ ଏବଂ ଅନୁଷ୍କା ଶର୍ମାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସୁଇ ଧାଗା’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ପୂର୍ବରୁ ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଜୋରଦାର ଫିଲ୍ମ ପ୍ରମୋଶନ କରୁଛନ୍ତି ।

ନିକଟରେ ଏହି ଦୁଇ ଷ୍ଟାର ଅନ୍ୟମାନଙ୍କୁ ‘ସୁଇ ଧାଗା ଚ୍ୟାଲେଞ୍ଜ’ ଦେଉଥିବାର ଦେଖିବାକୁ ମିଳିଛି । ବରୁଣ ଅନୁଷ୍କାଙ୍କ ସୁଇ ଧାଗା ଚ୍ୟାଲେଞ୍ଜକୁ ଖିଲାଡୀ ଅକ୍ଷୟ ସ୍ୱିକାର କରି ଏକ ଭିଡିଓ ପୋଷ୍ଟ କରିଛନ୍ତି । ଚ୍ୟାଲେଞ୍ଜକୁ ଅକ୍ଷୟ କୁମାର ସ୍ୱିକାର କରିଛନ୍ତି ସତ କିନ୍ତୁ ଏହାକୁ ପୁରା କରିବାରେ ଫେଲ ହୋଇଯାଇଛନ୍ତି । ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ୧୦ ସେକେଣ୍ଡରେ ସୁଇ ଧାଗା ଚ୍ୟାଲେଞ୍ଜକୁ ପୁରା କରିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥିରେ ବିଫଳ ହୋଇଛନ୍ତି ।


ଭିଡିଓର ଶେଷରେ ଅକ୍ଷୟ ବରୁଣ ଏବଂ ଅନୁଷ୍କାଙ୍କୁ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ୟଶରାଜ ବ୍ୟାନରେ ନିର୍ମିତ ଏହି ଫିଲ୍ମ ୨୮ ସେପ୍ଟେମ୍ବରରେ ରିଲିଜ ହେବ । ଫିଲ୍ମରେ ଅନୁଷ୍କା ଏବଂ ବରୁଣ, ମମତା-ମୌଜ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More