Only for Entertainment

ଯେତେବେଳେ ପ୍ରେସ କନଫରେନ୍ସରେ ବାଜିଲା ରିପୋର୍ଟରଙ୍କ ଫୋନ, ଅକ୍ଷୟ କୁମାର କହିଲେ ହ୍ୟାଲୋ.. କୃଷ୍ଣା……………

bollywood tadka
236

ଅକ୍ଷୟ କୁମାର ସ୍ୱଭାବରେ ଖୁବ ମଜାଦାର ଏହା ସମସ୍ତେ ଜାଣନ୍ତି । କେବଳ ଫିଲ୍ମ ସେଟରେ ନୁହେଁ ବରଂ କୌଣସି ଫିଲ୍ମର ପ୍ରମୋଶନ ସମୟରେ ମଧ୍ୟ ରିପୋର୍ଟର ମାନଙ୍କ ସହିତ ଥଟ୍ଟା ମଜା କରିବା ତାଙ୍କର ଏକ ଅଭ୍ୟାସ । ସେଥିପାଇଁ ତ ଅକ୍ଷୟ କୁମାର ସମସ୍ତଙ୍କ ପସନ୍ଦ । ଜଣେ ଆଗଧାଡ଼ିର କଳାକାର ଭାବରେ କିଭଳି ଦର୍ଶକଙ୍କ ମନୋରଂଜନ କରି ହେବ ଖିଲାଡ଼ୀ କୁମାରଙ୍କୁ ତାହା ବେଶ୍ ଭଲ ଭାବରେ ଜଣା । ତେବେ ନିକଟରେ ଏକ ପ୍ରମୋଶନ ସମୟରେ ମଧ୍ୟ କିଛି ସେହିଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

ବାସ୍ତବରେ ଫିଲ୍ମ ମିଶନ ମଙ୍ଗଳ ପାଇଁ ଏକ ପ୍ରେସ କନଫରେନ୍ସରେ ପହଂଚିଥିଲେ ଅକ୍ଷୟ ଏବଂ ଫିଲ୍ମର ଟିମ । ସେମାନଙ୍କ ମଧ୍ୟରେ ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କିର୍ତ୍ତୀ କୁଲହରୀ, ନିତ୍ୟା ମେନନ ଆଦି ପହଂଚିଥିଲେ । ଅବଶ୍ୟ ବିଦ୍ୟା ବାଲାନ ନଜର ଆସିନାହାଁନ୍ତି । ପ୍ରେସ କନଫରେନ୍ସ ସମୟରେ ଜଣେ ରିପୋର୍ଟରଙ୍କ ଫୋନ ବାଜି ଉଠିଲା ଏବଂ କଲ କୁ ରିସିଭ କଲେ ଅକ୍ଷୟ କୁମାର । କଲ ରିସିଭ କରି ଅକ୍ଷୟ କହିଲେ ହ୍ୟାଲୋ କୃଷ୍ଣା, ଆମେ ଏକ ପ୍ରେସ କନଫରେନ୍ସରେ ଅଛୁ, ମୁଁ ଅକ୍ଷୟ କୁମାର କହୁଛି, ଅଳ୍ପ ସମୟ ପରେ କଲ କରୁଛି । ଯାହାପରେ ଏଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ । ଅକ୍ଷୟଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ଫ୍ୟାନ୍ସ ଏହାକୁ ଯଥେଷ୍ଟ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More