Only for Entertainment

ପ୍ରଥମ ପୋଷ୍ଟର: ମଥାରେ ତିଲକ, ଲୁଙ୍ଗି ଏଭଳି ହେବ ‘ବଚ୍ଚା ପାଣ୍ଡେ’ରେ ଅକ୍ଷୟଙ୍କ ଲୁକ

AAJTAK
54

ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚା ପାଣ୍ଡେ’ର ପ୍ରଥମ ପୋଷ୍ଟର ରିଲିଜ ହୋଇ ସାରିଛି । ଫିଲ୍ମ ୨୦୨୦ରେ ଖ୍ରୀଷ୍ଟମାସ ଉପଲକ୍ଷେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଫରହାଦ ସାମଜୀ ।

 

ଫିଲ୍ମର ପ୍ରଯୋଜକ ହେଉଛନ୍ତି ସାଜିଦ ନାଡିୟାଡବାଲା । ପୋଷ୍ଟରରେ ଅକ୍ଷୟ କୁମାରଙ୍କ ଲୁକ ବେଶ୍ ଆକର୍ଷଣୀୟ ହୋଇଛି । ଅକ୍ଷୟ କୁମାର ପୋଷ୍ଟରରେ ଲୁଙ୍ଗି ପିନ୍ଧି ମଥାରେ ତିଲକ ମାରି ହାତରେ ଏକ ବେଲ୍ଟ ଧରି ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଅକ୍ଷୟଙ୍କ ଏହି ଲୁକକୁ ଖୁବ ପ୍ରଶଂସା କରାଯାଉଛି ।
ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ୧୫ ଅଗଷ୍ଟକୁ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ରିଲିଜ ହେବାକୁ ଯାଉଛି । ଦୀପାବଳୀକୁ ‘ହାଉସଫୁଲ ୪’ ରିଲିଜ ହେବ । ୨୭ ଡିସେମ୍ବରକୁ ଗୁଡ ନ୍ୟୁଜ ରିଲିଜ ହେବ ଏବଂ ଏହା ବ୍ୟତୀତ ୨୦୨୦ରେ ଅନ୍ୟ କେତେକ ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More