Only for Entertainment

ହାଉସଫୁଲ ଫିଲ୍ମରେ ବାଲ୍ଡ ଲୁକରେ ନଜର ଆସିଲେ ଅକ୍ଷୟ କୁମାର, କଣ ଯୋଦ୍ଧା ହେବେ ?

31

ଅକ୍ଷୟ କୁମାର ନିଜ ଫିଲ୍ମ ‘ହାଉସଫୁଲ୪’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣ ଆରୋପ ଲାଗିବା ପରେ ଫିଲ୍ମକୁ ମଝିରେ ରୋକ ଲଗାଯାଇଥିଲା ଏବଂ ମୁମ୍ବାଇ ଫେରି ଆସିଥିଲେ । ମାତ୍ର ଏବେ ଏହାର ସୁଟିଂ ପୁଣି ଥରେ ଆରମ୍ଭ ହୋଇଛି । ଏଥିରେ ଅକ୍ଷୟଙ୍କ ବାଲ୍ଡ ଲୁକ ନଜର ଆସିଛି ।

ବାଜିରାଓଙ୍କ ଲୁକ ଭଳି ଅକ୍ଷୟ ମଧ୍ୟ ଲଣ୍ଡା ଏବଂ ସିରିୟସ ଲୁକରେ ନଜର ଆସିଛନ୍ତି । ଏହି ଫଟୋକୁ ଦେଖି ଅନୁମାନ ଲଗାଯାଉଛି ଯେ ଅକ୍ଷୟ ଏକ ସିନରେ ଯୋଦ୍ଧା ରୂପେ ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ୨୫ଅକ୍ଟୋବର ୨୦୧୯ରେ ସମସ୍ତ ସିନେମା ଘରେ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ମାଣ କରୁଛନ୍ତି ସାଜିଦ ନଡିୟାଡବାଲା ଏବଂ ଫିଲ୍ମରେ ନାନା ପାଟେକର ମଧ୍ୟ ଥିଲେ କିନ୍ତୁ ଯୌନ ଶୋଷଣ ଆରୋପ ଯୋଗୁଁ ସେ ଏବେ ଫିଲ୍ମରୁ ବାହାରି ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More