Only for Entertainment

ବାପା ଅକ୍ଷୟଙ୍କ ଭଳି ୱାର୍କଆଉଟ କରୁଥିବାର ନଜର ଆସିଲେ ୬ବର୍ଷ ବୟସର ନିତାରା, ଭିଡିଓରେ ଏଭଳି ଦେଉଛନ୍ତି ପ୍ରେରଣା !

41

ବଲିଉଡର ଖିଲାଡି ଅକ୍ଷୟ କୁମାର ନିଜ ଅଭିନୟକୁ ନେଇ ଯେତିକି ଲାଇମଲାଇଟରେ ସବୁବେଳେ ରହିଥାଆନ୍ତି, ସେତିକି ସେ ନିଜର ଫିଟନେସକୁ ନେଇ ମଧ୍ୟ ଚର୍ଚ୍ଚିତ । ଅକ୍ଷୟ ନିଜକୁ ସବୁବେଳେ ଫିଟ ଏବଂ ଫ୍ଲେକ୍ସିବଲ ରଖିବାକୁ ପସନ୍ଦ କରନ୍ତି ଏବଂ ସେହିଭଳି ସେ ଯାହାକୁ ଦେଖନ୍ତୁ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଅନ୍ତି ଫିଟ ରହିବା ପାଇଁ । ନିକଟରେ ଅକ୍ଷୟ ନିଜ ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି , ଯେଉଁଥିରେ ସେ ଏକ୍ସରସାଇଜ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ତାଙ୍କ ଝିଅ ନିତାରାଙ୍କ ଚେହେରା ନଜର ଆସିନାହିଁ ବରଂ ଅକ୍ଷୟ ତାଙ୍କୁ ପଛରୁ ଡାକୁଥିବାର ଶୁଣିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ ଭିଡିଓରେ ନିତାରା ଜିମନାଷ୍ଟିକ ରିଂଗରେ ଲଟକିଥିବାର ଦେଖିବାକୁ ମିଳିଛି । ଅକ୍ଷୟ ନିଜ ଝିଅକୁ ଡେରି ପର୍ଯ୍ୟନ୍ତ ଲଟକି ରହିବାକୁ ପରାମର୍ଶ ଦେଉଛନ୍ତି । ଭିଡିଓ ଶେୟାର କରି ଅକ୍ଷୟ ଲେଖିଛନ୍ତି କମ ବୟସରୁ ଏକ୍ସରସାଇଜ କରିବା ଖୁବ ଭଲ ଅଟେ , କାରଣ ଶରୀର ଖୁବ ଫୁତ୍ତିି ଅନୁଭବ କରେ । ଗୋଟିଏ ଛୋଟ ଏନକରେଜ ଲମ୍ବା ସମୟ ପର୍ଯ୍ୟନ୍ତ ଲାଭଦାୟକ ଅଟେ ।


ଅକ୍ଷୟଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଫିଲ୍ମ କେଶରୀ ବକ୍ସଅଫିସରେ ଧମାଲ ମଚାଇବାରେ ଲାଗିଛି । ଫିଲ୍ମ ଆଗରୁ ୧୦୦କୋଟି କ୍ଲବରେ ସାମିଲ ହୋଇସାରିଲାଣି । ଏହାସହ ବିଦେଶରେ ମଧ୍ୟ ଏହି ଫିଲ୍ମର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଫିଲ୍ମର ୱାର୍ଲ୍ଡୱାଇଡ କଲେକ୍ସନ ୧୫୦କୋଟି ଟଙ୍କା ହୋଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More