Only for Entertainment

ଲୋକସଭା ନିର୍ବାଚନରେ ଭୋଟ ନଦେଇ ଦେଶର ମହାନ ଭକ୍ତ ଅକ୍ଷୟ କୁମାର ଟ୍ରୋଲର ହେଲେ ଶିକାର, ୟୁଜର୍ସ କହିଲେ କିଛି ଏଭଳି !

33

ସୋମବାର ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୭ଟି ଲୋକସଭା ସିଟର ମତଦାନ କରାଯାଇଛି । ଏହି ମତଦାନରେ ସଲମାନ ଖାନ, ଅମିତାଭ ବଚ୍ଚନ, ରଣବୀର ସିଂ, ଦୀପିକା ପାଦୁକୋଣଙ୍କ ବ୍ୟତୀତ ଅନେକ କଳାକାର ଭୋଟ ଦେଇଛନ୍ତି । କେବଳ ସେତିକି ନୁହେଁ ଯେଉଁଠି ନିଜ ମତଅଧିକାରକୁ ବ୍ୟବହାର କରି , ସେଠାରେ ଉପସ୍ଥିତ ଲୋକଙ୍କୁ ମଧ୍ୟ ଭୋଟ ଦେବାପାଇଁ ଅପିଲ କରିଥିଲେ । କିନ୍ତୁ ଏହି ମଉକାରେ ଅକ୍ଷୟଙ୍କ ଅନୁପସ୍ଥିତି ଲୋକଙ୍କୁ ପସନ୍ଦ ନ ଆସିବାରୁ ଖୁବ ଟ୍ରୋଲ କରିଛନ୍ତି । କିଛି ୟୂଜର୍ସ ଲେଖିଛନ୍ତି ଦେଶର ବଡ ଭକ୍ତ ଆଜି ଭୋଟ ଦେଇନାହାନ୍ତି ।

ଅସଲରେ ଅକ୍ଷୟ ସେହିଭଳି କଳାକାରଙ୍କ ମଧ୍ୟରୁ ଜଣେ ଯିଏ ଭୋଟ ଦେବା ଲାଗି ଲୋକଙ୍କୁ ଖୁବ ଅନୁରୋଧ କରିଛନ୍ତି । କିନ୍ତୁ ଖୁବ କମ ଲୋକଙ୍କୁ ଜଣା ଯେ ଅକ୍ଷୟଙ୍କ ପାଖରେ ଭାରତର ନାଗରିକତା ନାହିଁ । ସେ ଭାରତରେ ଭୋଟ ଦେଇ ପାରିବେ ନାହିଁ । ତାଙ୍କ ପାଖରେ କାନାଡିଆନ ପାସପୋର୍ଟ ରହିଛି । ଏଠାରେ ଆମେ କହି ରଖୁଛୁ ଯେ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ଜୁହୁରେ ନିଜ ଭୋଟ ଦେଇଛନ୍ତି , ଯାହାକୁ ନେଇ ଅକ୍ଷୟଙ୍କ ବିରୁଦ୍ଧରେ ଏଭଳି ଟିପ୍ପଣୀ ସାମ୍ନାକୁ ଆସିଥିଲା ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅକ୍ଷୟ ନିକଟରେ ‘କେସରୀ’ଫିଲ୍ମରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ପରିଣିତି ଚୋପ୍ରା । ଏହାବ୍ୟତୀତ ଅକ୍ଷୟଙ୍କ ଅପକମିଂ ଫିଲ୍ମ ଗୁଡନ୍ୟୁଜର ସୁଟିଂ ନିକଟରେ ଶେଷ ହୋଇଛି । ଫିଲ୍ମ ଚଳିତ ବର୍ଷ ୨୭ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More