Only for Entertainment

ରିଲିଜ ହେଲା ହାଉସଫୁଲ୪’ର ଗୀତ ‘ବାଲା’, ଖିଲାଡୀ କୁମାର ରାବଣଙ୍କୁ କହିଲେ ସଇତାନର ଶଳା !

54

ଅଭିନେତା ଅକ୍ଷୟ କୁମାର କିଛି ଦିନ ହେବ ନିଜ ଫିଲ୍ମ ହାଉସଫୁଲ୪କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଏକ ଗୀତ ରିଲିଜ ହୋଇଛି । ଯାହାର ନାଁ ରହିଛି ବାଲା । ଅଭିନେତା ଟ୍ୱିଟରରେ ଏହି ଗୀତର ଟିଜରକୁ ରିଲିଜ କରିଥିଲେ । ଯେଉଁଥିରେ ସେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଅକ୍ଷୟ କୁମାର ଏହି ଗୀତର ପୋଷ୍ଟର ମଧ୍ୟ ଶେୟାର କରିଥିଲେ । ସେ ପୋଷ୍ଟରରେ ଲେଖିଥିଲେ ଯେ ‘ଶୌତନ କା ଶାଲା…ରାବଣ ନେ ହେ ପାଲା ।

ଫିଲ୍ମରେ ଅକ୍ଷୟଙ୍କ ନାଁ ବାଲା ରହିଛି । ଅକ୍ଷୟଙ୍କ ଲଣ୍ଡା ଷ୍ଟାଇଲ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମ ଟ୍ରେଲର ଆଗରୁ ରିଲିଜ ହୋଇସାରିଲାଣି । ଏହାମଧ୍ୟ ଖୁବ ମଜାଦାର ରହିଥିଲା । ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖଙ୍କ ମଜାଦାର କମେଡି ଦେଖିବାକୁ ମିଳିବ । ଏହାବ୍ୟତୀତ କୃତି ଖରବନ୍ଦା, କୃତି ସାନନ ଏବଂ ପୂଜା ହେଗଡେଙ୍କ ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳିବ । ଫିଲ୍ମ ୨୫ଅକ୍ଟୋବରରେ ଦୀପାବଳୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More