Only for Entertainment

ପ୍ରିୟଙ୍କା ଗର୍ଭବତୀ ଥିବା ରାଜ ଖୋଲିଲେ ହଲିଉଡ ଅଭିନେତ୍ରୀ ।

28

ବଲିଉଡ ଏବଂ ହଲିଉଡ ନାୟିକା ପିୟଙ୍କା ଚୋପ୍ରା ନିଜ ଭିନ୍ନ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପ୍ରିୟଙ୍କା ଗର୍ଭବତୀ ଥିବା ଖବର ଖୁବ ଭାଇରାଲ ହୋଇଥିଲା, କିନ୍ତୁ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ଏହାକୁ ଏକ ଗୁଜବ ବୋଲି କହିଥିଲେ । ତେବେ ପୁଣିଥରେ ଏହି କଥାର ପୁନରାବୃତ୍ତି ହୋଇଛି । ଗୁରୁବାର ପ୍ରିୟଙ୍କା ଏକ କଳା ରଙ୍ଗର ଗାଉନ୍‌ ପିନ୍ଧି କାନ୍ସର ରେଡ୍‌ କାର୍ପେଟରେ ପହଞ୍ଚିଥିଲେ, ଯାହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଫଟୋରେ ପ୍ରିୟଙ୍କାଙ୍କ ପେଟ ଟିକେ ବଡ଼ ଜଣା ପଡ଼ୁଥିବାରୁ ପୁଣି ଥରେ ସେ ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏହା ସହ ହଲିଉଡ୍‌ ଅଭିନେତ୍ରୀ ଓକ୍ଟାଭିଆ ସ୍ପେନ୍ସରଙ୍କ କମେଣ୍ଟ ଏହି ଚର୍ଚ୍ଚାକୁ ଆହରି ମଜବୁତ କରିଛି ।

 

ସୂଚନା ମୁତାବକ, ଇନ୍‌ଷ୍ଟାରେ ପ୍ରିୟଙ୍କା କାନ୍ସ ରେଡ୍‌ କାର୍ପେଟର ଫଟୋ ସେୟାର କରିଥିଲେ । ଯାହାକୁ ଦେଖି ଷ୍ଟନିଙ୍ଗ୍‌ ମାମସିଟା(ହଟ୍‌ ମାମା) ବୋଲି ଲେଖିଥିଲେ ଓକ୍ଟାଭିଆ । ତାଙ୍କର ଏଭଳି କମେଣ୍ଟ ଏବେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ତେବେ ପ୍ରିୟଙ୍କା କେବେ ଏହି ଖବରକୁ ଅଧିକାରୀକ ଭାବେ ଘୋଷଣା କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More