Only for Entertainment

ଆପଣଙ୍କର ମଧ୍ୟ ହୋଇପାରିବ ଫିଲ୍ମ ‘ରୁସ୍ତମ’ରେ ପିନ୍ଧିଥିବା ଅକ୍ଷୟଙ୍କ ନୌସେନାର ୟୁନିଫର୍ମ, ନିଲାମରେ ନିଅନ୍ତୁ ଭାଗ

DNA India
0 28

ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରୁସ୍ତମ’ରେ ପିନ୍ଧିଥିବା ନୌସେନାର ପୋଷାକ ଆପଣଙ୍କର ହୋଇପାରିବ । ଖବର ଅନୁସାରେ ଧର୍ମ କାର୍ଯ୍ୟ ପାଇଁ ଏହି ୟୁନିଫର୍ମ ନିଲାମ ହେବାକୁ ଯାଉଛି । ଏହାର ନିଲାମ ପରେ ଯେଉଁ ଅର୍ଥ ମିଳିବ ତାହା ପସୁ କଲ୍ୟାଣ ପାଇଁ ବ୍ୟବହାର କରାଯିବ ।

ରୁସ୍ତମ ପାଇଁ ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଅକ୍ଷୟ ଗୁରୁବାର ଫିଲ୍ମର ଏକ ଫଟୋକୁ ପୋଷ୍ଟ କରିଛନ୍ତି । ଏହା ସହିତ ସେ କହିଛନ୍ତି ମୋର ଏହି ୟୁନିଫର୍ମକୁ ଜିତନ୍ତୁ । ଏହାର ନିଲାମ ଡାକିବାର ଶେଷ ତାରିଖ ୨୬ ମଇ ରଖାଯାଇଛି । ଏହା ସହିତ ନିଲାମ ହେବାପରେ କେଉଁ କାର୍ଯ୍ୟରେ ଏହି ଅର୍ଥ ପ୍ରୟୋଗ ହେବ ତାହାର ମଧ୍ୟ ସୂଚନା ଦେଇଛନ୍ତି । ନିଲାମରେ ଭାଗ ନେବା ପାଇଁ ଆପଣଙ୍କୁ www. SaltScout.com ରେ କ୍ଲିକ କରିବାକୁ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More