Only for Entertainment

ଫିଲ୍ମ ପ୍ରମୋଶନରେ ସାମ୍ନାସାମ୍ନି ହେଲେ ଅକ୍ଷୟ ଓ ଜନ୍ : ନଜର ଆସିଲା ଦୁଇ କଳାକାରଙ୍କ ଭିତରି କଥା

aajtak
46

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ ଓ ଜନ ଆବ୍ରାହମଙ୍କ ‘ବାଟଲା ହାଉସ’ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଦୁଇ ବଲିଉଡର ବଡ କଳାକାରଙ୍କ ଫିଲ୍ମ ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଫିଲ୍ମକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ ବା ସମସ୍ୟା ନଥିବା କହିଛନ୍ତି ଉଭୟ କଳାକାର ।

 

ମୁମ୍ବାଇରେ ହେଉଥିବା ନିଜ ନିଜ ଫିଲ୍ମ ପ୍ରମୋଶନରେ ଏହି ଦୁଇ କଳାକାର ପରସ୍ପର ସହିତ ଭେଟ ହୋଇଥିଲେ । ଏହି ସମୟର କିଛି ଖାସ ଫଟୋ ସାମ୍ନାକୁ ଆସିଛି । ଫଟୋରେ ଜନଙ୍କ ପିଠି ଉପରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି । ଅକ୍ଷୟ କୁମାର ଏହି ଫଟୋକୁ ନିଜ ଟ୍ୱିଟରେ ଆକାଉଂଟରେ ଶେୟାର କରି ମଜାଳିଆ ଅନ୍ଦାଜରେ ଲେଖିଛନ୍ତି, “ମେକ ସମ ନଏଜ ଫର ଦ ଦେଶୀ ବଏଜ, ଟୁଗେଦର ଉଇ ଆର ଅଲୱେଜ ଏ ରାୟଟ୍ ” । ଏହା ସହ “ ବ୍ରଦର ଅଫ୍ ଆନାଦର ମଦର ”ର ହ୍ୟାଶଟ୍ୟାଗ ଦେଇଛନ୍ତି ଖିଲାଡ଼ୀ କୁମାର ।

 

View this post on Instagram

 

Make some noise for the Desi Boyz…together we are always a riot! #BrotherFromAnotherMother

A post shared by Akshay Kumar (@akshaykumar) on

କହି ରଖୁଛୁ ଯେ, ଏହି ଦୁଇ କଳାକାରଙ୍କ ଫିଲ୍ମ ଦେଶଭକ୍ତି ଉପରେ ଆଧାରିତ । ଗତବର୍ଷ ଅଗଷ୍ଟ ୧୫ରେ ମଧ୍ୟ ଦୁଇ ଆକ୍ଟରଙ୍କ ଫିଲ୍ମ ଆମ୍ନା ସାମ୍ନା ହୋଇଥିଲା । ଫିଲ୍ମ ଗରମ ମସାଲା(୨୦୦୫), ଦେଶି ବଏଜ(୨୦୧୧), ଓ ହାଉସଫୁଲ-୨ (୨୦୧୨)ରେ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More