Only for Entertainment

ଗୁଡ ନ୍ୟୁଜ ସେଟରୁ ସାମ୍ନାକୁ ଆସିଲା ଅକ୍ଷୟ-କରୀନାଙ୍କ ପ୍ରଥମ ଲୁକ ।

bollywood tadka
29

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ଫିଲ୍ମ ଗୁଡ ନ୍ୟୁଜର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଅକ୍ଷୟ କୁମାର । ନିକଟରେ ଫିଲ୍ମର ସୁଟିଂ ସେଟରୁ ଦୁଇଜଣଙ୍କ ଲୁକ ସାମ୍ନାକୁ ଆସିଛି । ଏହି ଫଟୋକୁ ନିଜେ ଅକ୍ଷୟ କୁମାର ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ ଅକ୍ଷୟ ଖୁବ ହ୍ୟାଣ୍ଡସମ ନଜର ଆସିଥିବା ବେଳେ କରୀନାଙ୍କୁ ଭିନ୍ନ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିଛି ।

ଫିଲ୍ମ କଥା ଆଲୋଚନା କରିବା ତ ଫିଲ୍ମରେ ଅକ୍ଷୟ ଏବଂ କରୀନାଙ୍କ ବ୍ୟତୀତ ଦିଲଜିତ ଦୋସାଂଝ ଏବଂ କିୟାରା ଆଡଭାଣି ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର କାହାଣୀ ଦୁଇଟି ଭିନ୍ନ ଜେନେରେସନର ପ୍ରେମ କାହାଣୀ ଉପରେ ଆଧାରିତ । ଫିଲ୍ମ ୧୯ ଜୁଲାଇ ୨୦୧୯କୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More