Only for Entertainment

ଅକ୍ଷୟଙ୍କ ଖୁଲାସା ! କିପରି ହେଲେ ବଲିଉଡର ମୋଷ୍ଟ ଷ୍ଟାଇଲିସ ସେଲିବ୍ରିଟି

akshaykumarfans
0 41

ବଲିଉଡର ଖିଲାଡି କୁମାର ବଲିଉଡର ମୋଷ୍ଟ ଷ୍ଟଇଲିସ ସେଲିବ୍ରିଟି ମଧ୍ୟରୁ ଏକ । ତେବେ ଅକ୍ଷୟଙ୍କ ମଧ୍ୟରେ କିପରି ଏହି ଫ୍ୟାଶନ ସେନସ ଜନ୍ମ ହେଲା ତାହା ବିଷୟରେ ସେ ନିଜେ ଖୁଲାସ କରିଛନ୍ତି ।

ଅକ୍ଷୟ କହିଛନ୍ତି ଯେ ନିଜ ଉିତରେ ଫ୍ୟାସନକୁ ବିକଶିତ କରିବା ପାଇଁ ସେ ପତ୍ରିକା ଗୁଡିକର ସାହାଯ୍ୟ ନେଉଥିଲେ । ଏହି ପତ୍ରିକାରେ ଥିବା ହଲିଉଡ ଷ୍ଟାରମାନଙ୍କ ଫଟୋ ଏବଂ ଷ୍ଟାଇଲକୁ ଧ୍ୟାନ ଦେଇ ଦେଖୁଥିଲେ ଏବଂ ସେଠାରୁ ହିଁ ସେ ଫ୍ୟାଶନ ବିଷୟରେ ପ୍ରେରଣା ପାଉଥିଲେ ।

akshya

ସେ ଆହୁରି ମଧ୍ୟ କହିଥିଲେ ଏହି ଅନ୍ତରାଷ୍ଟ୍ରୀୟ ପତ୍ରିକାଗୁଡିକୁ କିଣିବା ପାଇଁ ସେ ପଇସା ସଂଚୟ କରୁଥିଲେ । ଯେପରି ଫ୍ୟାଶନ ବିଷୟରେ କିଛି ଜ୍ଞାନ ପାଇପାରିବେ । ଏହା ସହିତ ସେ କହିଥିଲେ ‘ମୁଁ ଏହି ପତ୍ରିକାରୁ ସିଖିଛି ଏବଂ ଆଜିକାଲି ଅନେକ ଷ୍ଟାରମାନେ ମଧ୍ୟ ଏପରି କରୁଥିବାର ମୁଁ ଦେଖିଛି ।’

ସୂଚନା ଅନୁସାରେ ଅକ୍ଷୟ ‘ପ୍ୟାଡମ୍ୟାନ’ ପରେ ନିଜର ଆଗାମୀ ‘ଗୋଲ୍ଡ’ରେ ଏକ ନୂଆ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More